
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ‘ଫୋନି’। ସମୟ ଯେତିକି ଅତିବାହିତ ହେଉଛି, ମନରେ ଦକ ସେତିକି ବଢୁଛି। ବିଶାଖାପାଟଣାଠାରୁ ୩୯୦ ଓ ପୁରୀଠାରୁ ୬୫୦କିଲୋମିଟର ଦୂରରେ ଥିବା ଫୋନି ଏବେ ଘଣ୍ଟାକୁ ୬ କିଲୋମିଟର ବେଗରେ ଆଗକୁ ବଢୁଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଉତ୍ତର ପୂର୍ବ ଦିଗରେ ଗତି କରିବା ସହ ଓଡ଼ିଶା ମୁହାଁ ହେବା ଆଶଙ୍କା ରହିଛି। ପୁରୀର ନିକଟରେ ଓ ଗୋପାଳପୁର-ଚାନ୍ଦବାଲି ମଧ୍ୟରେ ଫୋନି ଓଡ଼ିଶା ଉପକୂଳ ଅତିକ୍ରମ କରିବ। ଏହାର ପ୍ରଭାବରେ ରାତିରୁ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି। ଏହା ସହ ଘଣ୍ଟାକୁ ୪୦ରୁ ୫୦ କିଲୋମିଟର ବେଗରେ ପବନ ବୋହିବ।
ପବନର ବେଗ କ୍ରମଶଃ ବଢି ୬୦ରୁ ୭୦ କିଲୋମିଟର ହେବା ସହ ମଧ୍ୟ ରାତି ବେଳକୁ ୧୭୦ରୁ ୧୮୦ କିଲୋମିଟରରେ ପହଞ୍ଚିପାରେ। ସେହିପରି ୩ ଓ ୪ ତାରିଖରେ ଦକ୍ଷିଣ ଉପକୂଳ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମୂଷଳ ଧାରାରେ ବର୍ଷା ହେବାର ସମ୍ଭାବନା ରହିଛି।
ଫୋନି ବାତ୍ୟା ପ୍ରଭାବରେ ରାଜ୍ୟରେ ପ୍ରବଳ କ୍ଷୟକ୍ଷତି ହେବାର ଆଶଙ୍କା କରାଯାଉଛି। ୩ ଓ ୪ ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର, କଟକ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ୱର, ମୟୂରଭଞ୍ଜ,ଅନୁଗୋଳ, ଢେଙ୍କାନାଳ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବ।
ସେହିପରି ଅନ୍ୟ ଜିଲ୍ଲାଗୁଡିକରେ ବି ବର୍ଷା ସମ୍ଭାବନା ରହିଛି। ବର୍ଷା ଓ ବାତ୍ୟା ଯୋଗୁଁ ଗଞ୍ଜାମ, ଗଜପତି, ରାୟଗଡ଼ା,ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ବେଶୀ କ୍ଷୟକ୍ଷତି ହେବାର ଆଶଙ୍କା କରାଯାଉଛି।
କଚ୍ଚା ଓ ପୁରୁଣା ଛାତ ଘରକୁ ବି ବିପଦ ରହିଛି। ଗଛ ଓ ବିଦ୍ୟୁତ ଖୁଣ୍ଟି ଉପୁଡିବା ସହ ରେଳ ଲାଇନ ଓ ସଡ଼କ ଧୋଇଯିବା ଆଶଙ୍କା ରହିଛି। ପନିପରିବା ଓ ଅନ୍ୟ ଫସଲକୁ ବି ବ୍ୟାପକ କ୍ଷତି ହେବା ନେଇ ପାଣିପାଗ ବିଭାଗ କହିଛ॥
ବାତ୍ୟା ଯୋଗୁ ସମୁଦ୍ର ଅଶାନ୍ତ ରହିବା ସହ ଦେଢ ମିଟର ଉଚ୍ଚର ଜୁଆର ମାଡ଼ି ଆସିପାରେ। ଏହାଦ୍ୱାରା ଗଂଜମ, ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀ ଜିଲ୍ଲାର ସମୁଦ୍ର କୂଳିଆ ଅଞ୍ଚଳ ଜଳାର୍ଣ୍ଣବ ହେବା ଆଶଙ୍କା କରାଯାଉଛି। ଅନ୍ୟପକ୍ଷରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମାଛ ଧରିବାକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି। ତେବେ ୪ ତାରିଖ ପରେ ଫୋନିର ପ୍ରଭାବ ହ୍ରାସ ପାଇବ ଓ ଏହା ଦୁର୍ବଳ ହୋଇଯିବ ବୋଲି ପାଣିପାଗ ବିଭାଗ କହିଛି।
from Odisha Reporter http://bit.ly/2LbAPLI
No comments:
Post a Comment