୬ ଘଣ୍ଟା ପରେ ଓଡ଼ିଶା ଆଡ଼େ ମୁହାଁଇବ ଫୋନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

୬ ଘଣ୍ଟା ପରେ ଓଡ଼ିଶା ଆଡ଼େ ମୁହାଁଇବ ଫୋନି

ନୂଆଦିଲ୍ଲୀ: ଅତି ଭୀଷଣ ସାମୁଦ୍ରିକ ଝଡ଼ ବାତ୍ୟାରେ ପରିଣତ ହୋଇଥିବା ଫୋନି ଏବେ ଘଣ୍ଟା ପ୍ରତି ୬ କିମି ବେଗରେ ଗତି କରୁଛି। ଫୋନି ସମୁଦ୍ର ମଧ୍ୟରେ ରହି ଶକ୍ତି ସଂଗ୍ରହ କରିବା ସହ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ବର୍ତ୍ତମାନ ଏହା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର କେନ୍ଦ୍ରୀଭୂତ ହୋଇଛି। ପୁରୀଠାରୁ ୬୫୦ ଓ ବିଶାଖାପଟନ୍‌ମଠାରୁ ୩୯୦ କିମି ଦୂରରେ ଥିବା ଫୋନି ଆଉ ମାତ୍ର ୬ ଘଣ୍ଟା ପରେ ଓଡ଼ିଶା ମୁହାଁ ହେବାର ସମ୍ଭାବନା ରହିଛି।

ଫୋନି ପରବର୍ତ୍ତୀ ୬ ଘଣ୍ଟା ଯାଏ ଆନ୍ଧ୍ର ଉପକୂଳ ଦେଇ ଗତି କରିବ। ଏହା ପରେ ଦିଗ ବଦଳାଇ ଓଡ଼ିଶା ମୁହାଁ ହେବ।  ମେ’ ୩ ତାରିଖ ମଧ୍ୟାହ୍ନ ସମୟରେ ଫୋନି ଗୋପାଳପୁର ଓ ଚାନ୍ଦବାଲି ମଧ୍ୟରେ ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ଘଣ୍ଟାପ୍ରତି ବେଗ ୧୭୦ରୁ ୧୮୦ କିମି ରହିବ। ଏପରି କି ଏହାର ବେଗ ୨୦୦ କିମି ମଧ୍ୟ ଟପିଯାଇ ପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି



from Odisha Reporter http://bit.ly/2J67Ar3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages