
ନୂଆଦିଲ୍ଲୀ: ମହାତ୍ମା ଗାନ୍ଧିଙ୍କୁ ଗୁଳି କରି ହତ୍ୟା କରିଥିବା ନାଥୁରାମ୍ ଗଡ୍ସେ ଜଣେ ଦେଶଭକ୍ତ ଥିଲେ ଏବଂ ଦେଶଭକ୍ତ ରହିବେ ବୋଲି କହିଛନ୍ତି ଚର୍ଚ୍ଚିତ ବିଜେପି ନେତ୍ରୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର। ଗେରୁଆ ବସ୍ତ୍ର ପରିହିତା ସାଧ୍ୱୀ ବର୍ତ୍ତମାନ ଭୋପାଲରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି। ଅଭିନୟରୁ ରାଜନୀତିକୁ ଆସିଥିବା କମଲ ହାସନ୍ ପୂର୍ବରୁ କହିଥିଲେ,ସ୍ୱାଧୀନ ଭାରତର ପ୍ରଥମ ଉଗ୍ରବାଦୀ ହେଉଛନ୍ତି ଜଣେ ହିନ୍ଦୁ ଓ ତାଙ୍କ ନାଁ ନାଥୁରାମ ଗଡସେ। ଆଜି ସାଧ୍ୱୀ ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି, “ଗଡ୍ସେଙ୍କୁ ଆତଙ୍କବାଦୀ କହିଥିବା ଲୋକେ ଆତ୍ମସମୀକ୍ଷା କରିବା ଦରକାର। ସେଭଳି ଲୋକ ନିର୍ବାଚନ ସମୟରେ ଉଚିତ ଜବାବ ପାଇବେ।”
ସାଧ୍ୱୀ ମାଲେଗାଓଁ ବିସ୍ଫୋରଣ ମାମଲାରେ ମୁଖ୍ୟ ଅଭିଯୁକ୍ତ। ଏହି ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୦୦ ଜଣ ଆହତ ହୋଇଥିଲେ। ସେ ପୂର୍ବରୁ ୨୬/୧୧ ଆତଙ୍କବାଦୀ ହମ୍ଲାରେ ଜୀବନ ହାରିଥିବା ପୁଲିସ୍ ଅଧିକାରୀ ହେମନ୍ତ କରକରେଙ୍କୁ ଅଭିଶାପ ଦେଇ ଚର୍ଚ୍ଚାକୁ ଆସିଥିଲେ। ତାଙ୍କୁ ଉଭୟ ଇସି ଏବଂ ଦଳ ଲଗାତାର ନାଲି ଆଖି ଦେଖାଇବା ପରେ ମଧ୍ୟ ତାଙ୍କ ତୁଣ୍ଡରେ ଲଗାମ ଲାଗିପାରିନି।
from Odisha Reporter http://bit.ly/30nbty1
No comments:
Post a Comment