ସିଏଟ୍ କ୍ରିକେଟ୍ ଆୱାର୍ଡ: କୋହଲି ଓ ମନ୍ଧାନା ଶ୍ରେଷ୍ଠ କ୍ରିକେଟର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ସିଏଟ୍ କ୍ରିକେଟ୍ ଆୱାର୍ଡ: କୋହଲି ଓ ମନ୍ଧାନା ଶ୍ରେଷ୍ଠ କ୍ରିକେଟର୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ୍ କୋହଲି ସିଏଟ୍ ଇଣ୍ଟରନ୍ୟାଶନାଲ୍ କ୍ରିକେଟ୍ ଆୱାର୍ଡ (ସିସିଏ)ରେ ବର୍ଷର ସର୍ବଶ୍ରେଷ୍ଠ ଅନ୍ତର୍ଜାତୀୟ କ୍ରିକେଟର୍ ଏବଂ ବ୍ୟାଟ୍ସମ୍ୟାନ୍ ପୁରସ୍କାର ନିଜ ନାମରେ କରିଛନ୍ତି। ସେହିପରି ସ୍ମୃତି ମନ୍ଧାନା ଶ୍ରେଷ୍ଠ ଅନ୍ତର୍ଜାତୀୟ ମହିଳା କ୍ରିକେଟର ବିବେଚିତ ହୋଇଛନ୍ତି। ସଦ୍ୟ ଶେଷ ହୋଇଥିବା ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମର ଖରାପ ପ୍ରଦର୍ଶନ ପରେ ଏହି ପୁରସ୍କାର ବିରାଟଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି।

୨୦୧୮ରେ ବିରାଟ ପ୍ରଥମ ଖେଳାଳି ଭାବେ ଆଇସିସି କ୍ରିକେଟର୍ ଅଫ୍ ଦି ଇୟର୍ “ସାର୍ ଗାରଫିଲ୍ଡ ସୋବର୍ସ ଟ୍ରଫି” ସହ ଆଇସିସି ଟେଷ୍ଟ ପ୍ଲେୟର୍ ଅଫ୍ ଦି ଇୟର୍ ଏବଂ ଆଇସିସି ଦିନିକିଆ ଖେଳାଳି ପୁରସ୍କାର ହାସଲ କରିଥିଲେ। ଏହାଛଡ଼ା କୋହଲି ଆଇସିସି ଟେଷ୍ଟ ଓ ଦିନିକିଆ କ୍ୟାପଟେନ୍ ମଧ୍ୟ ବିବେଚିତ ହୋଇଥିଲେ। ୨୦୧୮ରେ କୋହଲି ସବୁ ଫର୍ମାଟରେ ଦମଦାର ପ୍ରଦର୍ଶନ କରିଥିଲେ।

ଅନ୍ୟପକ୍ଷରେ ମନ୍ଧାନା ଆଇସିସି ମହିଳା କ୍ରିକେଟର୍ ଅଫ୍ ଦି ଇୟର୍ “ରାଚେଲ୍ ହେହୋଇ ଫ୍ଲିଣ୍ଟ୍ ଆୱାର୍ଡ ଟ୍ରଫି” ଏବଂ ମହିଳା ଦିନିକିଆ କ୍ରିକେଟର୍ ପୁରସ୍କାର ମଧ୍ୟ ଜିତିଛନ୍ତି। ସେ ୨୦୧୮ରେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ୧୨ ମ୍ୟାଚ୍ ଖେଳି ୬୬.୯୦ ହାରରେ ୬୬୯ ରନ୍ ଏବଂ ୨୫ ଟି-୨୦ ମ୍ୟାଚରେ ୧୩୦.୬୭ ଷ୍ଟ୍ରାଇକରେଟରେ ୬୨୨ ରନ୍ କରିଥିଲେ।

ସେହିପରି ୧୯୮୩ ବିଶ୍ୱକପ୍ ବିଜେତା ଭାରତୀୟ ଦଳର ସଦସ୍ୟ ମହିନ୍ଦର ଅମରନାଥଙ୍କୁ ଲାଇଫଟାଇମ୍ ଆଚିଭମେଣ୍ଟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଅମରନାଥ ପୁରସ୍କାର ରାଶିକୁ ଆର୍ମି ୱେଲଫେୟାର୍ ଫଣ୍ଡକୁ ଦାନ କରିବାକୁ ଘୋଷଣା କରିଛନ୍ତି। ନିଜ ସାଥୀ ଖେଳାଳି ସୁନୀଲ ଗାଭାସ୍କରଙ୍କଠାରୁ ପୁରସ୍କାର ପାଇବା ପରେ ଅମରନାଥ କହିଥିଲେ, “ଏହା ମୋ ପାଇଁ ସମ୍ମାନର କଥା।”

ଭାରତର ଶୀର୍ଷ ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଶ୍ରେଷ୍ଠ ଅନ୍ତର୍ଜାତୀୟ ବୋଲର ଭାବେ ପୁରସ୍କୃତ କରାଯାଇଥିବା ବେଳେ ଚେତେଶ୍ୱର ପୂଜାରାଙ୍କୁ ଶ୍ରେଷ୍ଠ ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟର ଭାବେ ସମ୍ମାନିତ କରାଯାଇଥିଲା। ଆଇପିଏଲ୍ ଦ୍ୱାଦଶ ସଂସ୍କରଣର ବିଜେତା ଟିମର କ୍ୟାପଟେନ୍ ରୋହିତ୍ ଶର୍ମା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟର ପୁରସ୍କାର ହାସଲ କରିଛନ୍ତି।

ଶ୍ରେଷ୍ଠ ଟି-୨୦ କ୍ରିକେଟର୍ ଭାବେ ଅଷ୍ଟ୍ରେଲିଆର ଆରୋନ୍ ଫିଞ୍ଚ୍ ବିବେଚିତ ହୋଇଥିବା ବେଳେ ଭାରତର ଚାଇନାମ୍ୟାନ୍ ସ୍ପିନର୍ କୁଲଦୀପ ଯାଦବ ଆଉଟଷ୍ଟାଣ୍ଡିଂ ପରଫରମାନ୍ସ ଅଫ୍ ଦି ଇୟର୍, ରଶିଦ୍ ଖାନ୍ ଶ୍ରେଷ୍ଠ ଟି-୨୦ ବୋଲର୍, ଆଶୁତୋଷ ଅମନ୍ ଶ୍ରେଷ୍ଠ ଘରୋଇ କ୍ରିକେଟର୍, ଯଶସ୍ୱୀ ଜୈସୱାଲ୍ ଶ୍ରେଷ୍ଠ ଜୁନିୟର୍ କ୍ରିକେଟର୍, ଶ୍ରୀରାମ ବୀରା ଓ ସ୍ନେହଲ୍ ପ୍ରଧାନଙ୍କୁ କ୍ରିକେଟ୍ ଜର୍ଣ୍ଣାଲିଷ୍ଟ ଅଫ୍ ଦି ଇୟର୍ ଭାବେ ପୁରସ୍କୃତ କରାଯାଇଥିଲା। ଗତବର୍ଷ ପରଲୋକଗମନ କରିଥିବା ଭାରତର ପୂର୍ବତନ ଅଧିନାୟକ ଅଜିତ୍ ୱାଡକରଙ୍କୁ ସ୍ୱତନ୍ତ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।



from Odisha Reporter http://bit.ly/2WJ2Lry

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages