
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁରୀରେ ବାତ୍ୟା ପରେ ମୋବାଇଲ ନେଟ୍ୱର୍କ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ଭାରତୀ ଏୟାରଟେଲ୍ ଆରମ୍ଭ କରିଥିଲା ଭ୍ରାମ୍ୟମାଣ ଟାୱାର ବ୍ୟବସ୍ଥା। କିଛି ଦିନ ପୂର୍ବରୁ ଅତି କମ୍ରେ ୧୩ଟି ଭ୍ରାମ୍ୟମାଣ ନେଟ୍ୱର୍କ (ସେଲ୍ ଅନ୍ ହୁଇଲ୍) ବ୍ୟବସ୍ଥା କରିବ ବୋଲି କମ୍ପାନୀ କହିଥିବା ବେଳେ ଏବେ ପ୍ରାୟ ୯୦% ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ବୋଲି ଏୟାରଟେଲ୍ ପ୍ରକାଶ କରିଛି।
ଫଳରେ ପୁରୀରେ ଏୟାରଟେଲ ବ୍ୟବହାର କରୁଥିବା ଗ୍ରାହକମାନେ ସ୍ୱାଭାବିକ ଭାବେ ସେବା ଲାଭ କରି ପାରୁଛନ୍ତି ବୋଲି କମ୍ପାନୀ କହିଛି। ଏଥି ସହିତ ଇଣ୍ଟ୍ରା-ସର୍କଲ ରୋମିଂ(ଆଇସିଆର୍) ଦ୍ୱାରା ଅଣଏୟାରଟେଲ୍ ଉପଭୋକ୍ତା ମଧ୍ୟ ମୋବାଇଲ୍ ସଂଯୋଗ ପାଇଛନ୍ତି ବୋଲି କମ୍ପାନୀ ପ୍ରକାଶ କରିଛି।
କମ୍ପାନୀର କହିବା ଅନୁସାରେ ଚଳିତ ମାସ ୯ରେ ପୁରୀ ବଡ଼ଦାଣ୍ଡରେ ଏହାର ପ୍ରଥମ ସିଲେ ଅନ୍ ହୁଇଲ୍ ବ୍ୟବସ୍ଥା ଆରମ୍ଭ ହୋଇଥିଲା।
from Odisha Reporter http://bit.ly/2E7dKE4
No comments:
Post a Comment