
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଦ୍ରୁତ ଗତିରେ ଏବେ ଓଡ଼ିଶା ଆଡ଼େ ମୁହାଁଇଛି। ବର୍ତ୍ତମାନ ଏହା ପୁରୀଠାରୁ ୩୨୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ଫୋନି ଘଣ୍ଟାପ୍ରତି ୧୭ କିମି ବେଗରେ ଓଡ଼ିଶା ଆଡ଼କୁ ଆସୁଛି। ଆସନ୍ତାକାଲି ସକାଳ ୮ଟାରୁ ୧୦ଟା ମଧ୍ୟରେ ଏହା ପୁରୀର ଆଖପାଖ ଅଞ୍ଚଳରେ ସ୍ଥଳ ଭାଗ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୧୭୦ରୁ ୧୮୦ କିମି ରହିବ। ସେହିପରି ବେଳେବେଳେ ଏହା ୨୦୦କିମି ମଧ୍ୟ ଛୁଇଁପାରେ।
ଏହି ସମୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଫୋନି ସକାଳ ୮ଟାରୁ ୧୦ ମଧ୍ୟରେ ଛୁଇଁବାର ସମ୍ଭାବନା ଥିଲେ ହେଁ ଦିନ ୧୨ଟା ପରେ ଏହା କ୍ରମଶଃ ଦୁର୍ବଳ ହୋଇଯିବ। ତଥାପି ପବନ ଓ ବର୍ଷା ଲାଗି ରହିପାରେ। ପରେ ପବନର ବେଗ ଯଥେଷ୍ଟ ହ୍ରାସ ପାଇବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ଅନ୍ୟପକ୍ଷରେ ଫୋନିର ପ୍ରଭାବରେ ଆଜିଠାରୁ ହିଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ସେହିପରି ଆନ୍ଧ୍ର ଉପକୂଳ ଦେଇ ଫୋନି ଓଡ଼ିଶା ଆସୁଛି। ତେଣୁ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମଠାରୁ ଆରମ୍ଭ କରି ବିଶାଖାପଟନମ୍ ମଧ୍ୟରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି।
from Odisha Reporter http://bit.ly/2V8kI6o
No comments:
Post a Comment