ବାର୍ସିଲୋନାକୁ ଜଳକା କରି ଚାମ୍ପିନ୍‌ସ ଲିଗ୍‌ ଫାଇନାଲ୍‌ରେ ଲିଭରପୁଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ବାର୍ସିଲୋନାକୁ ଜଳକା କରି ଚାମ୍ପିନ୍‌ସ ଲିଗ୍‌ ଫାଇନାଲ୍‌ରେ ଲିଭରପୁଲ୍‌

ଲିଭରପୁଲ୍‌: ଚାମ୍ପିୟନସ ଲିଗ୍‌ ଇତିହାସରେ ସବୁଠାରୁ ବଡ଼ ଓଲଟ ପାଲଟ କରିଛି ଲିଭରପୁଲ। ଲିଭରପୁର ଚାମ୍ପିୟନସ ଲିଗ୍‌ ସେମି ଫାଇନାଲ୍‌ରେ ତାରକା ଖଚିତ ବାର୍ସିଲୋନାକୁ ୪-୦ ଗୋଲ୍‌ରେ ପରାସ୍ତ କରି କ୍ରମାଗତ ଦ୍ୱିତୀୟ ଥର ପାଇଁ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ପ୍ରବେଶ କରିଛି।

ଲିଭରପୁଲ ପକ୍ଷରୁ ଡିଭୋକ୍‌ ଓରିଗି ଓ ଜେଓରଗିନିଓ ୱିଜଲାନଡୁମ ଦୁଇଟି ଲେଖାଏ ଗୋଲ ସ୍କୋର କରି ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଲିଭରପୁଲର ଦୁଇ ଷ୍ଟାର ଖେଳାଳି ମହମ୍ମଦ ଶାଲାହା ଓ ରବର୍ଟ ଫିରମିନୋ ଆହତ ଯୋଗୁ ମଙ୍ଗଳବାର ରାତିରେ ଅନୁଷ୍ଠିତ ମ୍ୟାଚ୍‌ରେ ଖେଳୁ ନଥିଲେ। କିନ୍ତୁ ଦଳ ଏହି ଦୁଇ ଖେଳାଳିଙ୍କ ଅନୁପସ୍ଥିତିରେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରିଛି।

ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ଆସନ୍ତା ଜୁନ୍‌ ୧ରେ ମ୍ୟାଡ୍ରିଡ୍‌ରେ ଖେଳାଯିବ। ଲିଭରପୁଲ ଫାଇନାଲ୍‌ରେ ଆଜେକ୍ସ କିମ୍ବା ପ୍ରିମିୟର ଲିଗ୍‌ର ଚିରପ୍ରତିଦ୍ୱନ୍ଦ୍ୱୀ ଟୋଟ୍ଟେନହାମକୁ ଭେଟିବ। ଏହି ଦୁଇ ଦଳଙ୍କ ତୁଳନାରେ ଲିଭରପୁଲ ବେଶ ଶକ୍ତିଶାଳୀ। ତେଣୁ ୟୁରୋପିଆନ୍‌ ଚାମ୍ପିୟନସ ଲିଗ୍‌କୁ ୬ଷ୍ଠ ଥର ଜିତିବାକୁ ଲିଭରପୁଲ ପ୍ରବଳ ଦାବିଦାର ବୋଲି ଫୁଟବଲ ପଣ୍ଡିତମାନେ କହିଛନ୍ତି।



from Odisha Reporter http://bit.ly/2H7eo6u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages