ମୋଦି ସରକାରଙ୍କୁ ବହୁମତ ନମିଳିଲେ କଣ ରହିବ ନବୀନଙ୍କ ଆଭିମୁଖ୍ୟ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

ମୋଦି ସରକାରଙ୍କୁ ବହୁମତ ନମିଳିଲେ କଣ ରହିବ ନବୀନଙ୍କ ଆଭିମୁଖ୍ୟ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରରେ ଯଦି ନରେନ୍ଦ୍ର ମୋଦିଙ୍କୁ ବହୁମତ ନମିଳେ ତାହା ହେଲେ କଣ ହେବ ପରବର୍ତ୍ତୀ ଦୃଶ୍ୟପଟ୍ଟ? ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କ କଷା। ବିଜେପିକୁ କ୍ଷମତାଠାରୁ ଦୂରେଇ ରଖିବା ପାଇଁ କଂଗ୍ରେସ କସରତ ଆରମ୍ଭ କରିଥିବା ବେଳେ ନଜର ରଖିଛି ବିଜେଡି ଭଳି ଆଞ୍ଚଳିକ ଦଳଙ୍କ ଉପରେ। ଆଉ ଏଭଳି ସ୍ଥିତିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ବୋଲି ମଧ୍ୟ କହିବାକୁ ଆରମ୍ଭ କଲେଣି ଦଳୀୟ ନେତା।

ନୟାଗଡ଼ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, କେନ୍ଦ୍ରରେ କୌଣସି ଜାତୀୟ ଦଳକୁ ସ୍ପଷ୍ଟ ବହୁମତ ମିଳିବ ନାହିଁ। ସରକାର ଗଠନରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ସେ କହିଥିଲେ। ତେବେ କିଛି ଦିନ ପରେ ହଠାତ ନବୀନଙ୍କ ଆଭିମୁଖ୍ୟ ବଦଳିଗଲା। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନବୀନ ସମଦୂରତା ଫଣ୍ଡାରୁ ହଟିବା ସହ ଯିଏ ଓଡ଼ିଶା ସ୍ୱାର୍ଥରେ କାମ କରିବ, ତାକୁ ବିଜେଡି ସମର୍ଥନ କରିବ ବୋଲି କହିଥିଲେ। ତେବେ ନବୀନ କାହା ସହିତ ଯିବେ? ସେନେଇ କେବେବି ନିଜ କାର୍ଡ ଖୋଲିନାହାନ୍ତି ନବୀନ।

ଏପଟେ ଦିଲ୍ଲୀ ଦରବାରରେ ଏଥର କାହାର ଜିତାପଟ୍ ହେବ? ନରେନ୍ଦ୍ର ମୋଦି ସରକାର ସ୍ପଷ୍ଟ ବହୁମତ ପାଇବ ନା ନାହିଁ, ଯଦି ବିଜେପି ସରକାର ଗଠନରେ ବିଫଳ ହୁଏ ତେବେ କଣ ହେବ ତା’ ପରବର୍ତ୍ତୀ ଦୃଶ୍ୟପଟ୍ଟ? ଏହାକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଥିବା ବେଳେ ଶୁଣିବାକୁ ମିଳିଲାଣି ଭିନ୍ନ ଭିନ୍ନ ମତ। ବିରୋଧୀଙ୍କ ଭିତରେ କଂଗ୍ରେସ ସର୍ବବୃହତ ଦଳ ହେଲେ ମଧ୍ୟ ମୋଦିଙ୍କୁ କ୍ଷମତାରୁ ଦୂରରେ ରଖିବା ଲାଗି ଯାହା ଦରକାର ହେବ, ତାହା କରାଯିବ ବୋଲି ଗତକାଲି କହିଥିଲେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍।

ବିଜେପିର ସଂଖ୍ୟା ଗଣିତ ଓଲଟ ପାଲଟ ହେଲେ କଂଗ୍ରେସ ନେତୃତ୍ୱରେ ସମାଜବାଦୀ ପାର୍ଟି, ଆର୍‌ଜେଡି, ଡିଏମ୍‌କେ ଓ ଅନ୍ୟ କିଛି ଦଳ ସରକାର ଗଠନ ଲାଗି ପ୍ରୟାସ କରିପାରନ୍ତି। ଏପଟେ ତେଲେଙ୍ଗାନା ରାଷ୍ଟ୍ରସମିତି ଓ ମମତା ବାନାର୍ଜୀଙ୍କ ଟିଏମ୍‌ସି ଏଯାଏ ଫେଡେରାଲ ଫ୍ରଣ୍ଟର ଆଶା ଛାଡ଼ି ନାହାନ୍ତି। ତେବେ ଯେଉଁ ମେଣ୍ଟ ବି ହେଉନା କାହିଁକି, ସମସ୍ତଙ୍କ ପାଇଁ ବିଜେଡିର ସମର୍ଥନ ଅପରିହାର୍ଯ୍ୟ। ଆଉ ଏଭଳି ସ୍ଥିତିରେ ବିଜେଡି ନେତା ମଧ୍ୟ ନିଜ ନିଜ କାର୍ଡ ଖେଳିବା ଆରମ୍ଭ କରିଛନ୍ତି। ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ପଦ ପାଇଁ ଯୋଗ୍ୟ ପ୍ରାର୍ଥୀ ବୋଲି କହିଛନ୍ତି ଦଳର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର। ତେବେ କଂଗ୍ରେସ ସମର୍ଥନରେ ନବୀନ ପ୍ରଧାନମନ୍ତ୍ରୀ ହେବା ଠିକ୍ ହେବନି ବୋଲି ସେ ମତ ଦେଇଛନ୍ତି।



from Odisha Reporter http://bit.ly/2Jq2g2G

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages