ଗ୍ରାଉଣ୍ଡ ଜିରୋରୁ ଫୋନି ଅପ୍‌ଡେଟ୍‌: ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

ଗ୍ରାଉଣ୍ଡ ଜିରୋରୁ ଫୋନି ଅପ୍‌ଡେଟ୍‌: ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟା ଫୋନି ପାଇଁ ସରକାରୀସ୍ତରରେ ସବୁ ପ୍ରସ୍ତୁତି ସରିଛି। ରିଲିଫ, ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ୧୨ ଆଇଏଏସ୍ ଓ ୧୧ଜଣ ଆଇପିଏସ୍‌ ଦାୟିତ୍ୱରେ ଅଛନ୍ତି। ୨ ତାରିଖ ସଂଧ୍ୟା ସୁଦ୍ଧା ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ଆଣିବାକୁ ପ୍ରସ୍ତୁତି ଚାଲିଛି। ସମସ୍ତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ  ଛୁଟି ବାତିଲ୍ କରାଯାଇଛି। ଆନୁସଙ୍ଗିକ ସାମଗ୍ରୀ ଧରି  ୧୮ଟି ଓଡ୍ରାଫ୍ ଟିମ୍ ମୁକାବିଲା ପାଇଁ ବାହାରି ସାରିଥିବା ବେଳେ ଉଭୟ ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ  ସହ ଅହରହ ଯୋଗାଯୋଗରେ ରହିଛି ନୌସେନା।

ବାତ୍ୟା ଫୋନି ଓଡ଼ିଶା ଉପକୂଳ ଆଡ଼କୁ  ଯେତିକି ମାଡ଼ି ଆସୁଛି, ମୁକାବିଲା ପାଇଁ ତତ୍ପରତା ସେତିକି ବଢ଼ି ଚାଲିଛି । ଓଡ୍ରାଫ ଟିମ୍ ଆବଶ୍ୟକ ଯନ୍ତ୍ରପାତି ଓ ଆନୁସଙ୍ଗିକ ସାମଗ୍ରୀ ଧରି  ପ୍ରଭାବିତ ହେବାକୁ ଥିବା ଅଞ୍ଚଳକୁ ବାହାରି ଗଲାଣି । ପୂର୍ବରୁ ଫାଇଲିନ୍, ହୁଡ୍‌ହୁଡ୍ ଭଳି ବାତ୍ୟା ସମୟରେ  ହାସଲ କରିଥିବା ଅଭିଜ୍ଞତା ଏଥର ଭଲ କାମ ଦେବ ବୋଲି ସମସ୍ତଙ୍କ ବିଶ୍ୱାସ।

ସେହିପରି ଭାରତୀୟ  ନୌସେନା ଓ କୋଷ୍ଟଗାର୍ଡ ବି ପ୍ରକୃତିର କୋପରୁ ଜନ ଜୀବନକୁ ସୁରକ୍ଷା ଦେବାକୁ ପୂରା ପ୍ରସ୍ତୁତ । ଉଭୟ  ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ସହ ଇଷ୍ଟର୍ଣ୍ଣ ନାଭାଲ କମାଣ୍ଡ ଅହରହ ଯୋଗାଯୋଗରେ ରହିଛନ୍ତି।

ପ୍ରଭାବିତ ହେବାକୁ ଥିବା ଅଞ୍ଚଳଗୁଡିକରେ ଥିବା ବାତ୍ୟା ଆଶ୍ରୟସ୍ଥଳରେ ସବୁ ପ୍ରକାର ବ୍ୟବସ୍ଥା ହୋଇଥିବାବେଳେ ସବୁ ସାଇକ୍ଲୋନ୍ ସେଲ୍ଟରରେ  ୫୦ରୁ ଅଧିକ ସ୍ୱେଚ୍ଛାସେବୀ ରହିବେ ବୋଲି କହିଛନ୍ତି ଏସ୍ଆସି। ସେହିପରି ବାତ୍ୟା ଜନିତ ରିଲିଫ,  ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟର ତଦାରଖ ଲାଗି ୧୨  ଜଣ ଆଇଏଏସ୍‌ଙ୍କୁ ଦିଆଯାଇଛି ଦାୟିତ୍ୱ।  ସେହିପରି  ୧୧ଜଣ ଆଇପିଏସ ଅଧିକାରୀଙ୍କୁ ମଧ୍ୟ ୧୧ଟି ଜିଲ୍ଳାର ଦାୟିତ୍ୱରେ ଅଛନ୍ତି।

ଜିଲ୍ଲା ଓ ମହାନଗର ନିଗମର  ହେଡକ୍ୱାର୍ଟରରେ ଶୁଖିଲା ଖାଦ୍ୟ ମହଜୁଦ୍ କରି  ରଖିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ସେପଟେ  ଫୋନିକୁ ନେଇ ସମସ୍ତ ଡାକ୍ତର ଏବଂ ସ୍ୱାସ୍ଥ୍ୟ ବିଭାଗ  କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ତେବେ  ବାତ୍ୟା ପାଇଁ ଭୟଭୀତ ନ ହୋଇ ସତର୍କ ରହିବାକୁ ଟ୍ୱିଟ୍  କରି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବାତ୍ୟା ଫୋନି ପୁରୀ ଜିଲ୍ଲାର କୌଣସି  ସ୍ଥାନରେ ହିଟ୍ କରିବାର ଅଧିକ ସମ୍ଭାବନା ଥିବାରୁ  ଆସନ୍ତାକାଲି ସଂଧ୍ୟା ସୁଦ୍ଧା ପୁରୀ ଛାଡ଼ିବାକୁ ସମସ୍ତ  ପର୍ଯ୍ୟଟକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି । ତାସହ ମେ ୫ ତାରିଖ ଯାଏଁ ସ୍ଥାନୀୟ କୌଣସି ହୋଟେଏଲ୍‌ରେ ବୁକିଂ ନ ରଖିବାକୁ କହିଛି  ପ୍ରଶାସନ । ଏପଟେ ପର୍ଯ୍ୟଟକ ଓ ଜୀବଜନ୍ତୁଙ୍କ ସୁରକ୍ଷା  ଦୃଷ୍ଟିରୁ କାଲିଠୁ ୪ ତାରିଖ ଯାଏଁ ନନ୍ଦନକାନନ ପ୍ରାଣୀ  ଉଦ୍ୟାନ ବନ୍ଦ ରହିବ ବୋଲି କର୍ତ୍ତୃପକ୍ଷ ସୂଚନା  ଦେଇଛନ୍ତି ତାସହ ବାତ୍ୟା ପାଇଁ ରାଜ୍ୟର ସମସ୍ତ  ଶିକ୍ଷାନୁଷ୍ଠାନ ପରବର୍ତ୍ତୀ ଆଦେଶ ନ ଆସିବା ଯାଏଁ ବନ୍ଦ  ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ବିପିୟୁଟି  ଅଧୀନସ୍ଥ ୧୬୪ କଲେଜରେ ପରୀକ୍ଷାକୁ ଘୁଞ୍ଚା ଯାଇଛି ।



from Odisha Reporter http://bit.ly/2VB9bvx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages