ପଶ୍ଚିମ ଓଡ଼ିଶାରେ ସାଂଘାତିକ ତାତି, ୪୦ ଡିଗ୍ରୀ ଉପରେ ୧୨ ସହର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ପଶ୍ଚିମ ଓଡ଼ିଶାରେ ସାଂଘାତିକ ତାତି, ୪୦ ଡିଗ୍ରୀ ଉପରେ ୧୨ ସହର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଦ୍ଧିତ ତାପମାତ୍ରା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଆଜି ରାଜ୍ୟର ୧୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ୪୪.୭ ଡିଗ୍ରୀ ସହ ସମ୍ବଲପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି। ସେହିପରି ସୋନପୁରରେ ସର୍ବୋଚ୍ଚ ତାପମାତ୍ରା ୪୪. ୬ ଡିଗ୍ରୀ, ବଲାଙ୍ଗିରରେ ୪୪.୫ ଡିଗ୍ରୀ, ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼ରେ ୪୪ ଡିଗ୍ରୀ, ହୀରାକୁଦରେ ୪୩.୭ ଡିଗ୍ରୀ, ଝାରସୁଗୁଡ଼ାରେ ୪୩.୬ ଡିଗ୍ରୀ, ଭବାନୀପାଟଣାରେ ୪୨.୬ ଡିଗ୍ରୀ, ସୁନ୍ଦରଗଡ଼ରେ ୪୨ ଡିଗ୍ରୀ, ମାଲକାନଗିରିରେ ୪୨ ଡିଗ୍ରୀ, ଅନୁଗୋଳରେ ୪୧.୭ ଡିଗ୍ରୀ, ତାଳଚେରରେ ୪୧. ୪୧.୨ ଡିଗ୍ରୀ ଓ କେନ୍ଦୁଝରରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଛି। 

ପଶ୍ଚିମ ତୁଳନାରେ ଉପକୂଳ ଓଡ଼ିଶାରେ ତାପମାତ୍ରା କମ୍‌ ରହିଥିଲେ ହେଁ ଅସହ୍ୟ ଗୁଳୁଗୁଳି ଯୋଗୁ ଲୋକେ ତ୍ରାହିତ୍ରାହି ଡାକିଲେଣି। ରାଜଧାନୀ ଭୁବନେଶ୍ୱରରେ ପାରଦ ମଙ୍ଗଳବାର ୩୮.୨ ଡିଗ୍ରୀ କରାଯାଇଥିବା ବେଳେ କଟକରେ ସର୍ବୋଚ୍ଚ ତାପମାତ୍ରା ୩୭.୮ ଡିଗ୍ରୀ ରେକର୍ଡ କରାଯାଇଛି।

ବାଲେଶ୍ୱରରେ ୩୫.୧ ଡିଗ୍ରୀ, ଚାନ୍ଦବାଲିରେ ୩୯.୭ ଡିଗ୍ରୀ, ପାରାଦୀପରେ ୩୨.୬ ଡିଗ୍ରୀ, ଗୋପାଳପୁରରେ ୩୨ ଡିଗ୍ରୀ, ପୁରୀରେ ୩୩.୮ ଡିଗ୍ରୀ, ବାରିପଦାରେ ୩୮. ୨ ଡିଗ୍ରୀ, କୋରାପୁଟରେ ୩୫.୬ ଡିଗ୍ରୀ ଓ ଦାରିଙ୍ଗବାଡ଼ିରେ ସର୍ବୋଚ୍ଚ ତାପମାତ୍ରା ୩୬.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।

ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଆସନ୍ତା ୬ରୁ ୭ ଦିନ ଯାଏ ସମଗ୍ର ରାଜ୍ୟରେ ଏଭଳି ପାଗ ଲାଗି ରହିବ। ସ୍ଥାନେସ୍ଥାନେ କାଳବୈଶାଖୀର ସମ୍ଭାବନା ଥିଲେ ହେଁ ଏହା ଲୋକଙ୍କୁ ତାତିରୁ ଆଶ୍ୱସ୍ତି ଦେଇପାରିବ ନାହିଁ।

କେବେ ଆସିବ ମୌସୁମୀ 

ଅନ୍ୟପକ୍ଷରେ ମୌସୁମୀ ଓଡ଼ିଶା କେବେ ଛୁଇଁବ, ତା’ର ଠିକଣା ନାହିଁ। ପ୍ରତିବର୍ଷ ରଜ ପୂର୍ବରୁ ମୌସୁମୀ ଓଡ଼ିଶା ଛୁଇଁଥାଏ। ହେଲେ ଚଳିତ ବର୍ଷ ଏଥିରେ ବିଳମ୍ବ ଘଟିବ। ଏଯାଏ ମୌସୁମୀ କେରଳ କେବେ ଛୁଇଁବ, ତାହା ଜଣାପଡ଼ିନାହିଁ। ସାଧାରଣତଃ କେରଳ ଛୁଇଁବାର ୧୦ରୁ ୧୨ ଦିନ ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁଥାଏ। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ମୌସୁମୀ କେରଳରେ ଜୁନ୍‌ ୪ରେ ଛୁଇଁବାର ଥିଲା। କିନ୍ତୁ ଏବେ ଏହା ବିଳମ୍ବରେ କେରଳରେ ପ୍ରବେଶ କରିବ ବୋଲି କୁହାଯାଉଛି।



from Odisha Reporter http://bit.ly/2K6GyjI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages