୩୧ରୁ ଦ୍ୱାଦଶ କିଟ୍ ଇଣ୍ଟରନ୍ୟାଶନାଲ୍ ଚେସ୍ ଫେଷ୍ଟିଭାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

୩୧ରୁ ଦ୍ୱାଦଶ କିଟ୍ ଇଣ୍ଟରନ୍ୟାଶନାଲ୍ ଚେସ୍ ଫେଷ୍ଟିଭାଲ୍

ଭୁବନେଶ୍ୱର: ଦ୍ୱାଦଶ କିଟ୍ ଇଣ୍ଟରନ୍ୟାଶନାଲ୍ ଚେସ୍ ଫେଷ୍ଟିଭାଲ୍ (କେଆଇସିଏଫ୍) ଚଳିତ ମାସ ୩୧ରୁ ଜୁନ୍ ୭ ତାରିଖ ପର୍ଯ୍ୟନ୍ତ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ହେବ। ଅଲ୍ ଓଡ଼ିଶା ଚେସ୍ ଆସୋସିଏସନ୍ ଓ କିଟ୍‌ର ମିଳିତ ଆୟୋଜନରେ ହେବାକୁଥିବା ଏହି ଟୁର୍ଣ୍ଣାମେଣ୍ଟ ଅଲ୍ ଇଣ୍ଡିଆ ଚେସ୍ ଫେଡେରେସନ୍ ଓ ୱାର୍ଲ୍ଡ ଚେସ୍ ଫେଡେରେସନ୍ (ଫିଡେ) ଅଧୀନରେ ଖେଳାଯିବ।

ଏହି ଟୁର୍ଣ୍ଣାମେଣ୍ଟରେ ୩୦ଟି ଦେଶର ଗ୍ରାଣ୍ଡମାଷ୍ଟର୍ସ, ଇଣ୍ଟରନ୍ୟାଶନାଲ୍ ମାଷ୍ଟର୍ସ, ମହିଳା ଗ୍ରାଣ୍ଡମାଷ୍ଟର୍ସ ଏବଂ ମହିଳା ଇଣ୍ଟରନ୍ୟାଶନାଲ୍ ମାଷ୍ଟର୍ସ ଭାଗ ନେବେ। ଟୁର୍ଣ୍ଣାମେଣ୍ଟ ପାଇଁ ମୋଟ ୨୫ଲକ୍ଷ ଟଙ୍କାର ବଜେଟ୍ ରଖାଯାଇଥିବା କିଟ୍ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ଓ ଅଲ୍ ଓଡ଼ିଶା ଚେସ୍ ଆସୋସିଏସନର ଉପସଭାପତି ରଞ୍ଜନ ମହାନ୍ତି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିନଳୀରେ ସୂଚନା ଦେଇଛନ୍ତି।

ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଭାରତ ସମେତ ତାଜିକିସ୍ତାନ, ଚେକ୍ ରିପବ୍ଲିକ୍, ଆର୍ମେନିଆ, ବେଲଜିୟମ, ଆମେରିକା, ସ୍ପେନ୍, ଭେନେଜୁଏଲା, ରୁଷ୍, ବାଂଲାଦେଶ, ୟୁକ୍ରେନ୍, କଜାଖସ୍ତାନ, ଶ୍ରୀଲଙ୍କା, ନେପାଳ, ମ୍ୟାଲେସିୟା, ଭିଏତନାମ, ଚିଲି, ଆଫଗାନିସ୍ତାନ, ଦକ୍ଷିଣ ଆଫ୍ରିକା, ସିଙ୍ଗାପୁର, ଗ୍ରୀସ୍, ଜାପାନ, ଫିଲିପାଇନ୍ସ, ଦକ୍ଷିଣ କୋରିଆ, ହଂକଂ, ଓମାନ୍, କାତାର ଓ ମଙ୍ଗୋଲିଆର ପ୍ରତିଯୋଗୀ ଭାଗ ନେବେ। ଟୁର୍ଣ୍ଣାମେଣ୍ଟରେ ଟପ୍ ସିଡ୍ ଖେଳାଳି ଭାବେ ଭେନେଜୁଏଲାର ଗ୍ରାଣ୍ଡମାଷ୍ଟର୍ ଇତୁରିଜାଗା ଏଡୁଆର୍ଡୋ (୨୬୩୭ ଏଲୋ ରେଟିଂ) ଏବଂ ଭାରତର ଦେବାଶିଷ ଦାସ (୨୫୪୪ ଏଲୋ ରେଟିଂ) ଭାଗ ନେବେ ।



from Odisha Reporter http://bit.ly/2Wx5EPm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages