ଝିଅ ହସ୍ପିଟାଲ୍‌ରେ ଥିଲା, ରାତି ସାରା ଶୋଇ ନଥିଲେ, ତଥାପି ଶତକ ମାରିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ଝିଅ ହସ୍ପିଟାଲ୍‌ରେ ଥିଲା, ରାତି ସାରା ଶୋଇ ନଥିଲେ, ତଥାପି ଶତକ ମାରିଲେ

ଟ୍ରେଣ୍ଟବ୍ରିଜ୍‌: ଇଂଲଣ୍ଡନର ଓପନର ଜେସନ ରୟ ପୂରା ବିଶ୍ୱର ହୃଦୟକୁ ଜିତି ନେଇଛନ୍ତି। ଗତକାଲି ରାତିରେ ସେ ପାକିସ୍ତାନ ବିପକ୍ଷ ୪ର୍ଥ ଦିନିକିଆରେ ବିସ୍ଫୋରକ ଶତକ ହାସଲ କରିଥିଲେ। ଏଥିସହ ଇଂଲଣ୍ଡ ପାକିସ୍ତାନକୁ ପରାସ୍ତ କରି ଦିନିକିଆ ସିରିଜ୍‌କୁ ଆଗୁଆ ୩-୦ରେ ଜିତି ନେଇଛି। ତେବେ ଜେସନଙ୍କ ଏହି ଶତକ ହାସଲ ପଛରେ ଏକ କାହାଣୀ ରହିଛି।

ଗତକାଲିର ମ୍ୟାଚ୍‌ ପୂର୍ବରୁ ଜେସନ ରୟ ପୂରା ରାତି ଶୋଇ ନଥିଲେ। ଜେସନ ରୟଙ୍କ ଝିଅ ଗତକାଲି ଠାରୁ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଏଥିପାଇଁ ଜେସନ ରୟ ଅଧା ରାତି ଯାଏ ହସ୍ପିଟାଲ୍‌ରେ ଥିଲେ। ମ୍ୟାଚ୍‌ ପରେ ହିଁ ଜେସନ ଏକଥା ସମସ୍ତଙ୍କୁ କହିଛନ୍ତି। ସେ କହିଛନ୍ତି, “ ମୁଁ ମୋର ଝିଅକୁ ନେଇ ଗୁରୁବାର ମଧ୍ୟାହ୍ନ ୧.୩୦ରେ ହସ୍ପିଟାଲ ଯାଇଥିଲି। ସେଠାରେ ରାତି ୮.୩୦ ଯାଏ ରହିଥିଲି। ଏହାପରେ ମ୍ୟାଚ୍‌ର ଠିକ୍‌ ପୂର୍ବରୁ ମୁଁ ଗ୍ରାଉଣ୍ଡରେ ପହଞ୍ଚିଥିଲି। ମ୍ୟାଚ୍‌ରେ ଶତକ ହାସଲ କରିବା ପରେ ମୁଁ ଭାବବିହ୍ୱଳ ହୋଇଯାଇଥିଲି।”



from Odisha Reporter http://bit.ly/2YG7z1L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages