ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ଟିମ୍‌କୁ ଦିଆଗଲା ଏମିତି ସର୍ତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ଟିମ୍‌କୁ ଦିଆଗଲା ଏମିତି ସର୍ତ୍ତ

ଇସ୍‌ଲାମାବାଦ: ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ ଜୁନ୍‌ ୧୬ରେ ମୁହାଁମୁହିଁ ହେବେ। ଏଥିପାଇଁ ଏବେଠାରୁ ସାରା ବିଶ୍ୱରେ ଉତ୍ସୁକତା ଦେଖିବାକୁ ମିଳୁଛି। ତେବେ ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଦଳ ଆଗରେ ଏକ ନିଆରା ସର୍ତ୍ତ ରଖିଛି। ପାକିସ୍ତାନ ଖେଳାଳିମାନେ ବିଶ୍ୱକପ୍‌ ସମୟରେ ସେମାନଙ୍କ ପତ୍ନୀମାନଙ୍କ ସହ ରହିବାକୁ ଚାହୁଁଥିଲେ।

ଏଥିପାଇଁ ଖେଳାଳିମାନେ ବାରମ୍ବାର ବୋର୍ଡ ନିକଟରେ ଦାବି ମଧ୍ୟ କରିଛନ୍ତି। ହେଲେ ବୋର୍ଡ କହିଛି ଯେ ଭାରତ ବିପକ୍ଷ ମ୍ୟାଚ୍‌ ପରେ ହିଁ ପାକିସ୍ତାନ କ୍ରିକେଟ୍‌ରମାନଙ୍କୁ ଇଂଲଣ୍ଡରେ ସେମାନଙ୍କ ପତ୍ନୀଙ୍କ ସହ ରହିବାକୁ ଅନୁମତି ମିଳିବ।

ଆସନ୍ତା ୩୦ରୁ ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକାକୁ ଭେଟିବ। ଏହାର ଗୋଟିଏ ଦିନ ପରେ, ମେ’ ୩୧ରେ ପାକିସ୍ତାନ ତା’ର ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜକୁ ଭେଟିବ। ସେହିପରି ପାକ୍ ଦଳ ଇଂଲଣ୍ଡକୁ ଜୁନ୍‌ ୩ରେ, ଶ୍ରୀଲଙ୍କାକୁ ଜୁନ ୭ରେ ଓ ଅଷ୍ଟ୍ରେଲିଆକୁ ଜୁନ୍‌ ୧୨ରେ ଭେଟିବ।

ଏହି ମ୍ୟାଚ୍ ଗୁଡ଼ିକ ପରେ ପାକିସ୍ତାନ ଜୁନ୍‌ ୧୬ରେ ତା’ର ଚିରପ୍ରତିଦ୍ୱନ୍ଦ୍ୱୀ ଭାରତକୁ ଭେଟିବ। ବିଶ୍ୱକପ୍‌ ପୂର୍ବରୁ ପାକିସ୍ତାନ ଇଂଲଣ୍ଡ ସହ ଦିନିକିଆ ସିରିଜ୍‌ ଖେଳିଥିଲା। ଏହି ସମୟରେ ପାକ୍‌ ବୋର୍ଡ ଖେଳାଳିମାନଙ୍କୁ ସେମାନଙ୍କ ପତ୍ନୀମାନଙ୍କ ସହ ରହିବାକୁ ସୁଯୋଗ ଦେଇଥିଲା। ହେଲେ ପାକିସ୍ତାନ ୪-୦ରେ ଇଂଲଣ୍ଡ ଠାରୁ ପରାସ୍ତ ହେବା ପରେ ବୋର୍ଡ ତା’ ନିଷ୍ପତ୍ତି ବଦଳାଇଥିବା କୁହାଯାଉଛି।

ଅନ୍ୟପକ୍ଷରେ ଭାରତୀୟ ଖେଳାଳିମାନଙ୍କ ସହ ସେମାନଙ୍କ ପତ୍ନୀମାନେ ବିଶ୍ୱକପ୍ ଆରମ୍ଭ ହେବାର ୨୦ ଦିନ ପରେ ଯୋଗଦେଇପାରିବେ। ସେହିପରି ସର୍ବାଧିକ ୧୫ ଦିନ ପାଇଁ ଖେଳାଳିଙ୍କ ସହ ପତ୍ନୀ ଓ ପରିବାର ଲୋକ ରହିପାରିବେ ବୋଲି ବିସିସିଆଇ ଘୋଷଣା କରିଛି।



from Odisha Reporter http://bit.ly/30Lvrm8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages