୨୦୨୦ରେ ବିଜେପିର ମିଶନ୍‌ ରାଜ୍ୟସଭା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

୨୦୨୦ରେ ବିଜେପିର ମିଶନ୍‌ ରାଜ୍ୟସଭା

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ଏବେ ବିଜେପିର ଏକମାତ୍ର ଲକ୍ଷ୍ୟ ମିଶନ୍‌ ରାଜ୍ୟସଭା। ବିଜେପି ଏବଂ ଏହାର ନେତୃତ୍ଵାଧୀନ ଏନ୍‌ଡିଏ ପାର୍ଲାମେଣ୍ଟର ଉଚ୍ଚ ସଦନ ଅର୍ଥାତ ରାଜ୍ୟସଭାରେ ଆଉ ବେଶିଦିନ ସଂଖ୍ୟାଲଘୁ ହୋଇ ରହିବାକୁ ଚାହୁଁନାହାନ୍ତି। କାରଣ ରାଜ୍ୟସଭାରେ କମ୍‌ ସଂଖ୍ୟା କାରଣରୁ ହିଁ ବିଜେପି ସରକାରର ଅନେକ ପ୍ରମୁଖ ବିଲ୍‌ ଗତ ସଂସଦରେ ମାଡ଼ ଖାଇଯାଇଥିଲା।

ଟ୍ରିପଲ ତଲାକ୍‌, ମୋଟର ଭେହିକିଲ୍‌ ଆକ୍ଟ ଏବଂ ସିଟିଜେନ୍‌ଶିପ୍‌ ଆକ୍ଟରେ ପରିବର୍ତ୍ତନ ଆଦି କ୍ଷେତ୍ରରେ ବାଧକ ସାଜିଥିବା ରାଜ୍ୟସଭାରେ ଆବଶ୍ୟକ ସଂଖ୍ୟକ ସଦସ୍ୟ ଆଣିବା ପାଇଁ ବିଜେପି ଉଦ୍ୟମ କରିବ। ସୂଚନାଯୋଗ୍ୟ ଯେ, ଲୋକସଭାକୁ ସାଂସଦମାନେ ସିଧାସଳଖ ନିର୍ବାଚିତ ହେଉଥିବାବେଳେ ବିଭିନ୍ନ ରାଜ୍ୟର ବିଧାୟକମାନେ ରାଜ୍ୟସଭା ସାଂସଦ ନିର୍ବାଚିତ କରିଥାନ୍ତି। ଯେଉଁଦଳର ଯେତେ ବିଧାୟକ ସେହି ଦଳର ସେତେ ଅଧିକ ରାଜ୍ୟସଭା ସାଂସଦ ଥା’ନ୍ତି। ସେମାନଙ୍କ କାର୍ଯ୍ୟକାଳ ୬ ବର୍ଷ ହୋଇଥାଏ ଏବଂ ସମସ୍ତେ ଏକାଥରେ ନିର୍ବାଚିତ ନହୋଇ ବିଭିନ୍ନ ପର୍ଯ୍ୟାୟରେ ନିର୍ବାଚିତ ହୋଇଥାନ୍ତି।

ଗତବର୍ଷ ପ୍ରଥମ ଥର ପାଇଁ ବିଜେପିର ରାଜ୍ୟସଭା ସଦସ୍ୟଙ୍କ ସଂଖ୍ୟା କଂଗ୍ରେସଠାରୁ ଅଧିକ ହୋଇଥିଲା। ମୋଟ ୨୪୫ ସଦସ୍ୟଙ୍କ ମଧ୍ୟରୁ ଏନ୍‌ଡିଏର ମୋଟ ସଦସ୍ୟଙ୍କ ସଂଖ୍ୟା ୧୦୧ ଛୁଇଁଥିଲା। ଏହାଛଡା଼ ୩ ଜଣ ସ୍ୱାଧୀନ ସଦସ୍ୟ ସ୍ୱପନ ଦାସଗୁପ୍ତା, ମାରି କମ୍‌ ଏବଂ ନରେନ୍ଦ୍ର ଯାଦବଙ୍କ ସମର୍ଥନ ମଧ୍ୟ ପାଉଛି। ଏପରିକି ୟୁପିଏ ମନୋନୀତ ସଦସ୍ୟ କେଟିଏସ୍‌ ତୁଲସୀଙ୍କ କାର୍ଯ୍ୟକାଳ ସରିବା ପରେ ଏନ୍‌ଡିଏ ନିଜେ ଜଣକୁ ମନୋନୀତ କରିପାରିବ।

୨୦୨୦ ନଭେମ୍ବର ସୁଦ୍ଧା ଏନ୍‌ଡିଏ ଆହୁରି ୧୯ଟି ରାଜ୍ୟସଭା ଆସନରେ ନିଜ ସଦସ୍ୟଙ୍କୁ ବସାଇସାରିଥିବ। ଏଥରୁ କେବଳ ଉତ୍ତରପ୍ରଦେଶ, ବିହାର, ତାମିଲନାଡ଼ୁ, ଗୁଜରାଟ ଏବଂ ମଧ୍ୟପ୍ରଦେଶରୁ ୧୪ ଜଣ ଯିବେ। ଏହାଫଳରେ ଏନ୍‌ଡିଏ ମୋଟ ସଦସ୍ୟ ସଂଖ୍ୟାର ଅଧା ବା ମ୍ୟାଜିକ ନମ୍ବର ୧୨୩କୁ ଅତିକ୍ରମ କରି ୧୨୫ ଛୁଇଁଯିବ। ଗତ ୧୫ ବର୍ଷ ପରେ ଏକ ସରକାର ପ୍ରଥମ ଥର ପାଇଁ ଏଭଳି ସଫଳତା ପାଇବ। ଉତ୍ତରପ୍ରଦେଶର ୪୦୩ ବିଧାୟକଙ୍କ ମଧ୍ୟରୁ ୩୧୦ ବିଧାୟକ ବିଜେପିର ହୋଇଥିବାରୁ ରାଜ୍ୟସଭାକୁ ଏଠାରୁ ଅଧିକ ବିଜେପି ସଦସ୍ୟ ଯିବେ। ଏଆଇଡିଏମ୍‌କେ ସହ ମେଣ୍ଟ ହୋଇଥିବାରୁ ତାମିଲନାଡ଼ୁରୁ ମଧ୍ୟ ବିଜେପିର ୬ ଜଣ ରାଜ୍ୟସଭା ସଦସ୍ୟ ନିର୍ବାଚିତ ହେବେ। ୨ଟି ରାଜସ୍ଥାନରେ ଏବଂ ସମ୍ଭବତଃ ଗୋଟିଏ ଓଡ଼ିଶାରୁ।

ସେହିଭଳି କର୍ଣ୍ଣାଟକା, ମିଜୋରାମ, ମେଘାଳୟ, ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡରୁ ଜଣେ ଲେଖାଏ ବିଜେପି ସଦସ୍ୟ ରାଜ୍ୟସଭାକୁ ଯିବେ। କିନ୍ତୁ ରାଜସ୍ଥାନ, ବିହାର, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରୁ ବିଜେପି ଆସନ ହରାଇବ। ଚଳିତବର୍ଷ ଶେଷ ଆଡ଼କୁ ମହାରାଷ୍ଟ୍ର, ଝାରଖଣ୍ଡ ଏବଂ ହରିଆଣା ବିଧାନସଭା ନିର୍ବାଚନରେ ବିଜେପିକୁ ବୃହତ ସଫଳତା ମିଳିଲେ ଏହା ମଧ୍ୟ ବଡ଼ ସଂଖ୍ୟାରେ ବିଜେପି ସଦସ୍ୟଙ୍କୁ ସାମିଲ କରିବାରେ ସହାୟକ ହେବ। ଏ ସମସ୍ତ ଆସନକୁ ମିଶାଇ ବିଜେପିର ‘ମିଶନ୍‌ ରାଜ୍ୟସଭା’ ସମ୍ଭବପର ହେଲେ ବିଭିନ୍ନ ବିଲ୍‌କୁ ବିରୋଧ କରି ଅକାମୀ କରିଦେଉଥିବା ବିରୋଧୀଙ୍କୁ ନିରସ୍ତ୍ର କରିହେବ।



from Odisha Reporter http://bit.ly/2M9i6RH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages