ପୋଷ୍ଟାଲ ବ୍ୟାଲଟରେ ହେରଫେର ଅଭିଯୋଗ କଲା ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

ପୋଷ୍ଟାଲ ବ୍ୟାଲଟରେ ହେରଫେର ଅଭିଯୋଗ କଲା ବିଜେପି

ଭୁବନେଶ୍ୱର: “ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ରିଟର୍ଣ୍ଣିଙ୍ଗ ଅଫିସରମାନେ ନିର୍ବାଚନ ଦାୟିତ୍ୱରେ ଥିବା ସରକାରୀ ଅଫିସରମାନଙ୍କୁ ସେମାନଙ୍କ ସଂଖ୍ୟା ତୁଳନାରେ ଅଧିକ ପୋଷ୍ଟାଲ ବ୍ୟାଲଟ ଦେଇଛନ୍ତି । ଅନ୍ୟପଟେ ନିର୍ବାଚନ ଦାୟିତ୍ୱରେ ଥିବା କିଛି ଅଧିକାରୀମାନେ ବୁଥରେ ଭୋଟ ଦେବା ସହ ପୋଷ୍ଟାଲ ବ୍ୟାଲଟ ମାଧ୍ୟମରେ ମଧ୍ୟ ଭୋଟ ଦେଇଛନ୍ତି। ଏଭଳି ଅସାଧୁ କାର୍ଯ୍ୟ ଉପରେ ତଦାରଖ କରିବାକୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଏହା ଏକ ଅନୈତିକ ନିର୍ବାଚନୀ କାରବାର” ବୋଲି ଦର୍ଶାଇ ଏହାର ପ୍ରତିବାଦରେ ବିଜେପିର ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ରିଟର୍ଣ୍ଣିିଙ୍ଗ ଅଫିସରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କେଉଁ କେଉଁ ଜିଲ୍ଲାମାନଙ୍କରେ ଏହି ଘଟଣା ଘଟିଛି, ତାହାର ମୁଖ୍ୟ ନିର୍ବାଚନ ଅଧିକାରୀ ଅନୁଧ୍ୟାନ କରନ୍ତୁ ବୋଲି ଏହି ପ୍ରତିନିଧି ଦଳ ଦାବି କରିଛି।

ପୋଷ୍ଟାଲ ବ୍ୟାଲଟକୁ ଶାସକ ବିଜେଡି ଚାପରେ ହେରଫେର କରାଯାଇଥିବାର ଆଶଙ୍କା ରହିଛି। ପୋଷ୍ଟାଲ ବ୍ୟାଲଟ ମାଧ୍ୟମରେ କେଉଁ ଅଧିକାରୀ କେଉଁ ନିର୍ବାଚନ କାର୍ଯ୍ୟରେ କେଉଁଠି ମୁତୟନ ହୋଇଛନ୍ତି ତାହାର ତାଲିକା ଏବଂ କେତେ ପ୍ରତିଶତ ପୋଷ୍ଟାଲ ବ୍ୟାଲଟରେ ଭୋଟିଂ ହୋଇଛି ତାହାର ସଂପୂର୍ଣ୍ଣ ବିବରଣୀ ଆସନ୍ତା କାଲି ସୁଦ୍ଧା ପ୍ରଦାନ କରିବାକୁ ଏହି ପ୍ରତିନିଧି ଦଳ ଦାବି କରିଛି । ଏଭଳି ଅସାଧୁ ଉପାୟ ଉପରେ ହୋଇଥିବା ଭୋଟିଂକୁ ଯାଞ୍ଚ କରି ତୁରନ୍ତ ଖାରଜ କରାଯାଉ। କାହା ସ୍ୱାର୍ଥରେ ନିଜର କର୍ତ୍ତବ୍ୟ ଭୁଲି ସଂପୃକ୍ତ ଡିଇଓ ଏବଂ ଆରଓ ଅଧିକାରୀମାନେ ଅଧିକ ସଂଖ୍ୟକ ପୋଷ୍ଟାଲ ବ୍ୟାଲଟ ଯୋଗାଇଛନ୍ତି, ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଏହି ପ୍ରତିନିଧି ଦଳ ଦାବି କରିଛି। ନିର୍ବାଚନ କାର୍ଯ୍ୟରେ ଥିବା ଅନେକ ଅଧିକାରୀଙ୍କ ନମ୍ବର, ନାମ ଏବଂ ଫୋନ୍ ନମ୍ବର ଗୁଡ଼ିକ ବିଜେପିର ପ୍ରାର୍ଥୀମାନେ ବିଧାନସଭା ନିର୍ବାଚନୀମଣ୍ଡଳୀ ଅନୁସାରେ ନୋଟ୍ କରିଛନ୍ତି, ଯାହା ଫଳରେ ଅନୈତିକ ଭୋଟିଂକୁ କ୍ରସ୍ ଚେକ କରାଯାଇପାରିବ।

ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାପତି ରମାରଂଜନ ବଳିଆରସିଂ ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ, ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଂଜିତ, ରାଜ୍ୟ ଯୁବ ମୋର୍ଚ୍ଚା ସଂପାଦକ ଦିପକ କୁମାର ଗୋଚ୍ଛାୟତ, ବିଜେପି ନିର୍ବାଚନ ପ୍ରକୋଷ୍ଠର ସଂଯୋଜକ ଜୟନ୍ତ ଜେନା ଏବଂ ପଦ୍ନନାଭ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।



from Odisha Reporter http://bit.ly/2HLnN2w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages