
ଚେନ୍ନାଇ: ବରିଷ୍ଠ ଅଭିନେତା ତଥା ମକ୍କଲ ନିଧି ମଇୟମ୍ (ଏମଏନଏମ)ର ପ୍ରତିଷ୍ଠାତା କମଲ ହାସନଙ୍କ ଉପରକୁ ଚପଲ ମାଡ଼ ହୋଇଛି। ଗତକାଲି ସଂଧ୍ୟାରେ ତାମିଲନାଡୁର ମଦୁରାଇ ନିକଟସ୍ଥ ତିରୁପରନକୁନ୍ଦ୍ରମ ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଥିବାବେଳେ ତାଙ୍କ ଉପରକୁ ଚପଲ ମାଡ଼ ହୋଇଥିଲା। ହେଲେ ଚପଲଟି ତାଙ୍କ ଦେହରେ ବାଜି ନଥିବା ଜଣାପଡ଼ିଛି।
ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡସେ ସ୍ୱାଧୀନ ଭାରତର ‘ପ୍ରଥମ ହିନ୍ଦୁ ଉଗ୍ରବାଦୀ’ ବୋଲି କମଲ ହାସନ ରବିବାର ଦିନ କହିଥିଲେ। ନିର୍ବାଚନ ବେଳେ ଧର୍ମକୁ ନେଇ ବିବାଦୀତ ହୋଇପଡ଼ିଥିବା ମନ୍ତବ୍ୟକୁ ଅନେକ ବିରୋଧ କରିଥିଲେ। ଏହାପରେ ସେ ଚପଲ ଆକ୍ରମଣର ଶିକାର ହୋଇଛନ୍ତି। ମୋଟ ୧୧ ଜଣ ବିଜେପି ଓ ହନୁମାନ ସେନାର କର୍ମୀ କମଲ ହାସନଙ୍କ ଉପରକୁ ଚପଲ ଫିଙ୍ଗି ଥିବା ସ୍ଥାନୀୟ ପୁଲିସ ଷ୍ଟେସନରେ ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ ଯେ, ରବିବାର ତାମିଲନାଡୁର କରୁର ଜିଲ୍ଲାର ଅରଭାକୁରିଚିରେ କମଲ ହାସନ ପ୍ରଚାର କରୁଥିବା ବେଳେ କହିଥିଲେ ‘ସ୍ୱାଧୀନ ଭାରତରେ ପ୍ରଥମ ଉଗ୍ରବାଦୀ ହେଉଛନ୍ତି ଜଣେ ହିନ୍ଦୁ, ତାଙ୍କ ନାଁ ନାଥୁରାମ ଗଡସେ’। ତେବେ ମୁସଲିମ ବହୁଳ ଅଞ୍ଚଳରେ ସେ ପ୍ରଚାର କରୁଥିବାରୁ ଏପରି ମନ୍ତବ୍ୟ ଦେଇ ନଥିବା କହିଥିଲେ କମଲ ହାସନ। ସେ ମହାତ୍ମା ଗାନ୍ଧିଙ୍କ ହତ୍ୟାକାଣ୍ଡ ସଂକ୍ରାନ୍ତରେ ପ୍ରଶ୍ନ ପଚାରିବାକୁ ଆସିଛନ୍ତି ବୋଲି କହିଥିଲେ।
କମଲ ହାସନଙ୍କ ଏପରି ମନ୍ତବ୍ୟକୁ ତାମିଲନାଡୁ ବିଜେପି ସଭାପତି ଓ ଶାସକ ଦଳ ଏଆଇଡିଏମକେ ବିରୋଧ କରିଥିବା ବେଳେ ଡିଏମକେ, କଂଗ୍ରେସ ଆଦି ସମର୍ଥନ କରିଛନ୍ତି। ଧର୍ମ ଆଧାରରେ କମଲ ହାସନ ଏପରି ମନ୍ତବ୍ୟ ଦେବା ପରେ ତାଙ୍କ ବିରୋଧରେ ତାମିଲନାଡୁ ପୁଲିସ ମାମଲା ରୁଜୁ କରିଛି। ଏଥିସହ ନିର୍ବାଚନ କମିଶନଙ୍କ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି ବିଜେପି ନେତା।
from Odisha Reporter http://bit.ly/2JGzFFH
No comments:
Post a Comment