ଯେଉଁ କନ୍ୟାକୁ ବାହା କରେଇଲେ, ତାକୁ ଧରି ଫେରାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 29, 2019

ଯେଉଁ କନ୍ୟାକୁ ବାହା କରେଇଲେ, ତାକୁ ଧରି ଫେରାର

ଭୋପାଲ:ମାତ୍ର ୧୬ ଦିନ ତଳେ ଯେଉଁ କନ୍ୟାର ବିବାହ କରାଇଥିଲେ ତାଙ୍କୁ ନେଇ ଫେରାର ହୋଇଯାଇଛନ୍ତି ଜଣେ ପଣ୍ଡିତ। ମଧ୍ୟପ୍ରଦେଶର ଅସଥ୍‌ ଗାଁରେ ଏମିତି ଘଟଣା ଘଟିଛି। କନ୍ୟା ପ୍ରିୟା (ଛଦ୍ମନାମ) ଗତ ୭ ତାରିଖ ଦିନ ବିବାହ କରିଥିଲେ। ଆଉ ୨୩ ତାରିଖ ଦିନ ସେହି ପଣ୍ଡିତଙ୍କ ସହ ଫେରାର ହୋଇଯାଇଛନ୍ତି ଯିଏ ବିବାହର ସମସ୍ତ କର୍ମକାଣ୍ଡ କରାଇଥିଲେ। କନ୍ୟା ବାହାଘର ପରେ ବାପଘରକୁ ଯାଇ ସେଠାରୁ ହିଁ ଫେରାର ହୋଇଯାଇଥିଲେ।

ବିନୋଦ ମହାରାଜ ନାମକ ଏହି ପଣ୍ଡିତ ଗାଁରେ ବିଭିନ୍ନ ଧାର୍ମିକ ଉତ୍ସବରେ ଖୋଜା ପଡ଼ନ୍ତି। ସେ ବିବାହିତ ଏବଂ ତାଙ୍କର ୨ ଜଣ ସନ୍ତାନ ଅଛନ୍ତି।

ମେ ୨୩ରେ ଏମିତି ଏକ ବିବାହ ପାଇଁ ତାଙ୍କୁ ଯିବାର ଥିଲା କିନ୍ତୁ ବେଳ ଗଡ଼ିବାରେ ଲାଗିଥିଲେ ମଧ୍ୟ ପଣ୍ଡିତେ ପହଞ୍ଚିନଥିଲେ। ପ୍ରିୟାଙ୍କ ଶ୍ୱଶୁର ଘରେ ଦେଇଥିବା ଦେଢ଼ଲକ୍ଷ ଟଙ୍କାର ସୁନା ଗହଣା ଏବଂ ୩୦ ହଜାର ଟଙ୍କା ସହ ସେ ଦୁହେଁ ଫେରାର ହୋଇଯାଇଥିଲେ। ପରେ ପ୍ରିୟାଙ୍କ ଘରେ ମଧ୍ୟ ଥାନାରେ ଅଭିଯୋଗ ଆଣିଥିଲେ ଯେ ସେ ନିଖୋଜ ଅଛି ଏବଂ ଏହା ପଛରେ ବିନୋଦଙ୍କ ହାତ ଥିବା ସେମାନେ ସନ୍ଦେହ କରିଥିଲେ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଉଭୟଙ୍କର ଗତ ୨ ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା। ବିନୋଦଙ୍କ ସ୍ତ୍ରୀ ଏହି ବିଷୟରେ ଜାଣିଥିଲେ। ୨୩ ତାରିଖରୁ ବିନୋଦଙ୍କ ପରିବାର ମଧ୍ୟ ଫେରାର ଅଛନ୍ତି।



from Odisha Reporter http://bit.ly/2EFRnWy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages