
ରାୟପୁର: ଛତିଶଗଡ଼ର ନକ୍ସଲ ପ୍ରବଣ ଦାନ୍ତେୱାଡ଼ାରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ପୁଲିସ୍ ଗୁଳିରେ ନକ୍ସଲ କମାଣ୍ଡର ମାଡଭି ମୁୟା ଓରଫ ଜୋଗା କୁନଞ୍ଜାମ ନିହତ ହୋଇଛି। ମାଡଭିକୁ ଧରିବା ପାଇଁ ପୁଲିସ୍ ପକ୍ଷରୁ ୮ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା।
ମାଡଭି ନିର୍ବାଚନ ପୂର୍ବରୁ ଦାନ୍ତେୱାଡ଼ାରେ ଏକ ଭୟଙ୍କର ବିସ୍ଫୋରଣ କରିଥିଲା। ଏଥିରେ ୫ ଜଣ ସୁରକ୍ଷାକର୍ମୀଙ୍କ ସହ ବିଜେପି ବିଧାୟକ ଭୀମା ମାଣ୍ଡଭି ପ୍ରାଣ ହରାଇଥିଲେ। ସେବେଠାରୁ ମାଡଭିକୁ ଧରିବା ପାଇଁ ଉଦ୍ୟମ ଚାଲିଥିଲା।
ଆଜି ଡିଆରଜି ଓ ଡିଏଫ୍ ପକ୍ଷରୁ ପେରେପା ଓ ମାର୍କକାମାରିସ୍ ଗାଁ ନିକଟରେ ଥିବା ଜଙ୍ଗଲରେ ସର୍ଚ୍ଚ ଅପରେଶନ କରାଯାଉଥିଲା। ଏହି ସମୟରେ ସେମାନଙ୍କ ମୁକାବିଲା ଜଙ୍ଗଲରେ ଥିବା ନକ୍ସଲଙ୍କ ସହ ହୋଇଥିଲା।
ନକ୍ସଲମାନେ ଗୁଳି ମାଡ଼ କରିବାରୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳିବିନିମୟରେ ମାଡଭି ନିହତ ହୋଇଛି। ତା’ ମୃତଦେହ ଉଦ୍ଧାର ହୋଇଛି। ତେବେ ଅନ୍ୟ ନକ୍ସଲମାନେ ସେଠାରୁ ଖସି ଚାଲିଯିବାକୁ ସକ୍ଷମ ହୋଇଛନ୍ତି। ମାଡଭି ୨୦୧୭ରେ ସୁକମାଠାରେ ହୋଇଥିବା ନକ୍ସଲ ହମ୍ଲାରେ ସାମିଲ ଥିଲା। ଏଥିରେ ୨୫ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ।
from Odisha Reporter http://bit.ly/2DKztBp
No comments:
Post a Comment