
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ପାଇଁ ପ୍ରଭାବିତ ଜିଲ୍ଲା ଗୁଡ଼ିକରେ କାଲିଠୁ +2 ମୂଲ୍ୟାୟନ ବନ୍ଦ ରହିବ। କିନ୍ତୁ ପ୍ରଭାବିତ ହେବାକୁ ନ ଥିବା ଜିଲ୍ଲାରେ ମୂଲ୍ୟାୟନ ପୂର୍ବପରି ଚାଲିବ। ୪ ତାରିଖ ପରେ ବାତ୍ୟା ସ୍ଥିତି ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ଏ ନେଇ ସୂଚନା ଦେଇଛନ୍ତି CHSE ଉପପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ ଦାଶ।
ପୁରୀଠାରୁ ୩୬୦ କିମି ଦୂରରେ ରହିଛି ‘ଫୋନି’। ଆସନ୍ତାକାଲି ସକାଳ ୬ଟାରୁ ୧୦ଟା ମଧ୍ୟରେ ଯେକୌଣସି ମୁହୂର୍ତ୍ତରେ ଏହା ସ୍ଥଳଭାଗ ଛୁଇଁବ। ପୁରୀ ପାଖାପାଖି ଅଞ୍ଚଳରେ ଏହା ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଉଛି। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୭୦ ରୁ ୧୮୦ କିମି ରହିବ। ସ୍ଥଳ ବିଶେଷରେ ପବନର ବେଗ ଘଣ୍ଟା ପ୍ରତି ୨୦୦ କିମି ବି ହୋଇପାରେ।
‘ଫୋନି’ର ପ୍ରଭାବ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର ସମେତ ଗଞ୍ଜାମର ଉତ୍ତରାଞ୍ଚଳରେ ପଡ଼ିବ। ସେହିପରି କଟକ, ଯାଜପୁର, ନୟାଗଡ଼, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳରେ ମଧ୍ୟ ବାତ୍ୟା ଅନୁଭୂତ ହେବ ବୋଲି ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି।
ସୁରକ୍ଷା ଦୃଷ୍ଟିରୁ ଏହି ସବୁ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି।
from Odisha Reporter http://bit.ly/2V8cZoU
No comments:
Post a Comment