ଆସିଲା ହ୍ୟୁଣ୍ଡାଇର ‘ଭେନ୍ୟୁ’ କାର, ମୋବାଇଲରେ ଖୋଲିବ କାର୍ ଝରକା ଓ ଡୋର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

ଆସିଲା ହ୍ୟୁଣ୍ଡାଇର ‘ଭେନ୍ୟୁ’ କାର, ମୋବାଇଲରେ ଖୋଲିବ କାର୍ ଝରକା ଓ ଡୋର୍

hyudndi venue

ନୂଆଦିଲ୍ଲୀ: ଅଗ୍ରଣୀ କାର କମ୍ପାନୀ ହ୍ୟୁଣ୍ଡାଇ ନିଜର ଏସୟୁଭି କାର୍ ‘ଭେନ୍ୟୁ’କୁ ଭାରତୀୟ ବଜାରରେ ପ୍ରବେଶ କରାଇଛି। ଉଭୟ ପେଟ୍ରୋଲ ଓ ଡିଜେଲରେ ଉପଲବ୍ଧ ରହିଛି ଏହି କାର। ଆଜି ଏହି କାରର ଶୁଭାରମ୍ଭ ହେବା ପୂର୍ବରୁ କମ୍ପାନୀ ବୁକିଂ ପାଇଁ ଆଗୁଆ ଗ୍ରାହକଙ୍କୁ ସୂଚନା ଦେଇଥିଲା। ତେବେ ୧୯ ଦିନ ମଧ୍ୟରେ ୧୫ ହଜାରରୁ ଅଧିକ ଲୋକ ଏହି ହ୍ୟୁଣ୍ଡାଇ ‘ଭେନ୍ୟୁ’ କାର ବୁକିଂ କରିଥିବା ଜଣାପଡ଼ିଛି।

ଏହି କାରରେ ୩୦ରୁ ଅଧିକ ଫିଚର୍ସ ରହିଛି। ଭାରତୀୟ ଗ୍ରାହକଙ୍କୁ ନଜରରେ ରଖି ଏହି କାର ତିଆରି ହୋଇଛି। ଦେଶର ଏହି କାର ହେଉଛି ପ୍ରଥମ କନେକ୍ଟେଡ ଏସୟୁଭି କାର। ଯେଉଁଥିରେ ଫୋର୍ -ଜି ସିମ୍ କାର୍ଡ ଇନବିଲ୍ଟ ରହିଛି। ଅର୍ଥାତ୍ କାର ଭିତରେ ଥିବା ଯାତ୍ରୀ ସବୁବେଳେ ଫୋର-ଜି ନେଟଓ୍ୱର୍କର ସେବା ପାଇ ପାରିବେ।

ଏଥିସହ ବ୍ଲୁ-ଲିଙ୍କ ଟେକନିକକୁ ବ୍ୟବହାର କରିଛି। ଏହି ବ୍ଲୁ-ଲିଙ୍କ ଦ୍ୱାରା କାର ଭିତରେ ବସିଥିବା ଯାତ୍ରୀ ନିଜ ମୋବାଇଲ ସାହାଯ୍ୟରେ କାରର ଝରକା, ଡୋର୍, ଏସି, ଜିପିଏସ ଇତ୍ୟାଦିକୁ ନିୟନ୍ତ୍ରଣ କରିପାରିବେ।

ମୋବାଇଲରେ ଥିବା ଭଏସ ରେକଗନିସନ୍ ବ୍ୟବସ୍ଥା ଉପରେ ମଧ୍ୟ ଏହି କାର ଗୁରତ୍ୱ ଦେଇଛି। ନିଜର ଭଏସକୁ ରେଜିଷ୍ଟ୍ରେସନ କରିବା ପରେ ନିଜର ଭଏସ କମାଣ୍ଡ ଅନୁଯାୟୀ କାର ଭିତରେ ଥିବା ଫିଚର୍ସରୁ ସୁବିଧା ନେଇ ହେବ।



from Odisha Reporter http://bit.ly/2JSv3fL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages