ଆଜି ବିଜେଡି ବିଧାୟକ ଦଳ ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 25, 2019

ଆଜି ବିଜେଡି ବିଧାୟକ ଦଳ ବୈଠକ

accident

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବସିବ ବିଜେଡି ବିଧାୟକ ଦଳ ବୈଠକ। ଏହି ବୈଠକରେ ଦଳର ନେତା ଚୟନ ନେଇ ନିଷ୍ପତ୍ତି ହୋଇପାରେ। ମଧ୍ୟାହ୍ଣରେ ଏହି ବୈଠକ ବସିବାକୁ ଥିବାବେଳେ ସରକାର ଗଠନ ଓ ମନ୍ତ୍ରିମଣ୍ଡଳ ଶପଥପାଠ ନେଇ ମଧ୍ୟ ସମୟ ଓ ତାରିଖ ଧାର୍ଯ୍ୟ ହୋଇପାରେ ।

ତେବେ ପଞ୍ଚମ ଥର ରାଜ୍ୟରେ ବିଜେଡିର କ୍ଷମତା ଦଖଲ ପରେ ଏବେ ମନ୍ତ୍ରୀ ହେବା ପାଇଁ ନେତାଙ୍କ ଲବି ଜୋରଦାର ଚାଲିଛି। ନବୀନ ନିବାସରେ ନେତାଙ୍କ ଗହଳି ଲାଗୁଛି। ପଞ୍ଚମ ଥର ପାଇଁ ଜିତିବା ପରେ ବିଧାୟକମାନେ ନବୀନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ଆଉ ଶୁଭେଚ୍ଛା ଆଳରେ ମନ୍ତ୍ରୀପଦ ପାଇଁ ମଧ୍ୟ ଚାଲିଛି ଲବି।

ଏଥର ମନ୍ତ୍ରିମଣ୍ଡଳରେ ମହିଳାଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।  ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିବା ୧୨ ବିଧାୟିକାଙ୍କ ମଧ୍ୟରୁ ୩୩ ପ୍ରତିଶତ ହିସାବରେ ୪ ଜଣଙ୍କୁ ମନ୍ତ୍ରୀ କରାଯିବାର ସମ୍ଭାବନା ରହିଛି। ସେମାନଙ୍କ ମଧ୍ୟରୁ ସେହ୍ନାଙ୍ଗିନୀ ଛୁରିଆ, ଟୁକୁନି ସାହୁ, ଲତିକା ପ୍ରଧାନ, ପ୍ରମିଳା ମଲ୍ଲିକ, ପଦ୍ମିନୀ ଦିଆନ ଓ ସୀମାରାଣୀ ନାଏକ ମନ୍ତ୍ରୀ ରେସ୍‌ରେ ଆଗରେ ଅଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ଏବଂ ସାଧାରଣ ବର୍ଗରୁ ଜଣେ ଜଣେ ମନ୍ତ୍ରୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି।



from Odisha Reporter http://bit.ly/2Maz0PO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages