
ସୁବର୍ଣ୍ଣପୁର(ରବୀନ୍ଦ୍ର ହୋତା): ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ୱର ଜାତୀୟ ରାଜପଥର ମନମୁଣ୍ଡା ବାସୁଦେବପାଲିଠାରେ ବସ୍ ଦୁର୍ଘଟଣାରେ ୧୮ ଜଣ ଆହତ ହୋଇଛନ୍ତି। ଆଜି ଭୋରରେ ସୁଜନ ନାମକ ଏକ ଘରୋଇ ବସ୍ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଥିଲା। ତେବେ ଆହତମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ସମସ୍ତଙ୍କୁ ସୁବର୍ଣ୍ଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଯାତ୍ରୀଙ୍କ ଘର ସୁବର୍ଣ୍ଣପୁର, ବୌଦ୍ଧ, ଭୁବନେଶ୍ୱର ଓ ବଲାଙ୍ଗିର ଅଞ୍ଚଳରେ ବୋଲି ଜଣାପଡ଼ିଛି। ବସ୍ଟି ଭୁବନେଶ୍ୱରରୁ ବଲାଙ୍ଗିର ଯାଉଥିଲା।
ଆହତ ଯାତ୍ରୀ କହିଛନ୍ତି,“ ଭୋର ୪ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଡ୍ରାଇଭର ଶୋଇପଡ଼ିଥିବା କାରଣରୁ ଏହି ଦୁର୍ଘଟଣା ଘଟିଥାଏ ପାରେ ବୋଲି ଆମେ ଅନୁମାନ କରୁଛି।”
from Odisha Reporter http://bit.ly/2YNtT9C
No comments:
Post a Comment