ବଡ଼ ବିଜୟ ସହ ପୁଣି ଶୀର୍ଷରେ ଚେନ୍ନାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

ବଡ଼ ବିଜୟ ସହ ପୁଣି ଶୀର୍ଷରେ ଚେନ୍ନାଇ

ଚେନ୍ନାଇ: ଅଧିନାୟକ ମହେନ୍ଦ୍ର ସିଂହ ଧୋନି (୪୪*) ଓ ସୁରେଶ ରାଇନା (୫୯)ଙ୍କ ଦମଦାର ଇନିଂସ୍ ବଳରେ ଚେନ୍ନାଇ ସୁପର କିଙ୍ଗସ୍ ଚଳିତ ଆଇପିଏଲର ୫୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮୦ ରନରେ ପରାସ୍ତ କରିଛି। ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ପ୍ରାରମ୍ଭିକ ସତ୍ତ୍ୱେ ନିର୍ଦ୍ଧାରିତ ଓଭରରେ ୪ ୱିକେଟ୍ ହରାଇ ୧୭୯ ରନ୍ କରିଥିଲା।

ଜବାବରେ ଦିଲ୍ଲୀ ଇମ୍ରାନ ତାହିର୍ (୪/୧୨) ଓ ରବୀନ୍ଦ୍ର ଜାଡେଜା (୩/୯)ଙ୍କ ସ୍ପିନକୁ ସାମ୍ନା କରିନପାରି ୧୬.୨ ଓଭରରେ ୯୯ ରନରେ ସୀମିତ ରହିଯାଇଥିଲା। ଏହି ବିଜୟ ସହ ଚେନ୍ନାଇ ପଏଣ୍ଟ ଟେବୁଲରେ ପୁଣିଥରେ ଶୀର୍ଷ ସ୍ଥାନରେ ପହଞ୍ଚିଯାଇଛି। ଚେନ୍ନାଇର ବର୍ତ୍ତମାନ ୧୮ ପଏଣ୍ଟ ଥିବା ବେଳେ ଦିଲ୍ଲୀ ୧୬ ପଏଣ୍ଟ ସହ ଦ୍ୱିତୀୟକୁ ଖସି ଆସିଛି।

୧୮୦ ରନର କଷ୍ଟସାଧ୍ୟ ଲକ୍ଷ୍ୟର ପିଛା କରୁଥିବା ଦିଲ୍ଲୀ ପ୍ରଥମ ଓଭରରେ ଓପ୍ନର ପୃଥ୍ୱୀ ଶ'(୪)ଙ୍କ ୱିକେଟ୍ ହରାଇଥିଲା। ଅନ୍ୟତମ ଓପ୍ନର ଶିଖର ଧୱନ୍ ଓ ଅଧିନାୟକ ଶ୍ରେୟସ୍ ଆୟର୍ ଦ୍ୱିତୀୟ ୱିକେଟ୍ ୪୮ ରନ୍ ଯୋଡ଼ି ଟିମ୍ ସ୍ଥିତି ସୁଧାରିଥିଲେ। କିନ୍ତୁ ଏହି ଯୋଡ଼ି ଭାଙ୍ଗିବା ପରେ ଦିଲ୍ଲୀ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଥିଲା।

ଧୱନ୍ ୧୯ ରନ୍ କରି ହରଭଜନଙ୍କ ସିଂହ ବଲରେ ବୋଲ୍ଡ ହୋଇଥିଲେ। ମଧ୍ୟକ୍ରମରେ ଆୟରଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁବାକୁ ସକ୍ଷମ ହୋଇନଥିଲେ। ଆୟର୍ ମାତ୍ର ୩୧ ବଲରେ ୪ ଚୌକା ଓ ୧ ଛକା ସହ ୪୪ ରନ୍ କରି ଜାଡେଜାଙ୍କ ବଲରେ ଧୋନିଙ୍କ ଷ୍ଟମ୍ପିଂ ହୋଇଥିଲେ।

ଦିଲ୍ଲୀ ମଧ୍ୟକ୍ରମ ବ୍ୟାଟିଂ ବିଭାଗ ତାହିର୍ ଓ ଜାଡେଜାଙ୍କ ସ୍ପିନକୁ ମୁକାବିଲା କରିପାରିନଥିଲେ। ଋଷଭ ପନ୍ତ (୫), କଲିନ୍ ଇନଗ୍ରାମ୍ (୧), ଅକ୍ଷର ପଟେଲ (୯), ଶେରଫେନ୍ ରଦରଫର୍ଡ (୨), କ୍ରିସ୍ ମୋରିସ୍ (୦), ଜେ. ସୁଚିତ୍ (୬) ଓ ଅମିତ୍ ମିଶ୍ର (୮) ନିରାଶ କରିଥିଲେ। ଚେନ୍ନାଇ ପକ୍ଷରୁ ଦୀପକ ଚହର୍ ଓ ହରଭଜନ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଚେନ୍ନାଇ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଓପ୍ନର ଶେନ୍ ୱାଟସନ୍ ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ। ଫାଫ୍ ଡ୍ୟୁପ୍ଲେସିସ୍ ଓ ସୁରେଶ ରାଇନା ଦ୍ୱିତୀୟ ୱିକେଟ୍ ପାଇଁ ୮୩ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରିଥିଲେ।

ଡ୍ୟୁପ୍ଲେସିସ୍ ୪୧ ବଲରେ ୨ ଚୌକା ଓ ୨ ଛକା ସହ ୩୯ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ରାଇନା ଅର୍ଦ୍ଧଶତକ ମାରିବା ପରେ ଆଉଟ୍ ହୋଇଯାଇଥିଲେ। ସେ ୩୭ ବଲରେ ୮ ଚୌକା ଓ ୧ ଛକା ସହ ୫୯ ରନ୍ କରି ସୁଚିତଙ୍କ ଶିକାର ହୋଇଥିଲେ। ଶେଷ ଓଭର ଗୁଡ଼ିକରେ ଧୋନି ଓ ଜାଡେଜା ଦ୍ରୁତ ରନ୍ କରି ଟିମକୁ ୧୭୯ ରନର ଚ୍ୟାଲେଞ୍ଜିଂ ସ୍କୋରରେ ପହଞ୍ଚାଇଥିଲେ।

ଧୋନି ୪୪ (୨୨ ବଲ୍, ୪ ଚୌକା, ୩ ଛକା) ରନ୍ କରି ଅପରାଜିତ ଥିବା ବେଳେ ଜାଡେଜା ୧୦ ବଲରେ ଦ୍ରୁତ ୨୫ (୨ ଚୌକା, ୨ ଛକା) ରନ୍ କରି ଆଉଟ୍ ହୋଇଥିଲେ। ଅମ୍ପାତି ରାୟୁଡୁ (୫) ଅପରାଜିତ ଥିଲେ। ଦିଲ୍ଲୀ ପକ୍ଷରୁ ସୁଚିତ୍ ୨ଟି, କ୍ରିସ୍ ମୋରିସ ଓ ଅକ୍ଷର ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।



from Odisha Reporter http://bit.ly/2Lj7Dmh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages