ସୁପର ଓଭରରେ ହାଇଦ୍ରାବାଦକୁ ହରାଇଲା ମୁମ୍ୱାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

ସୁପର ଓଭରରେ ହାଇଦ୍ରାବାଦକୁ ହରାଇଲା ମୁମ୍ୱାଇ

ମୁମ୍ୱାଇ: ସୁପର ଓଭରରେ ସନ ରାଇଜର୍ସ ହାଇଦ୍ରାବାଦକୁ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ହୋଇଛି। ପ୍ରଥମେ ବ୍ୟାଟିଂ କରି ମୁମ୍ୱାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭରରେ ୧୬୩ ରନର ଟାର୍ଗେଟ ଦେଇଥିଲା ପ୍ରତିପକ୍ଷ ହାଇଦ୍ରାବାଦକୁ। ଯାହାକୁ ୬ ୱିକେଟ ହରାଇ ହାଇଦ୍ରାବାଦ ଟିମ୍ ୧୬୨ ରନ କରିବାରେ ସକ୍ଷମ ହୋଇଥିଲା । ମ୍ୟାଚ ଡ୍ର ରହିବାରୁ ସୁପର ଓଭର ମ୍ୟାଚ ହୋଇଥିଲା।

ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ଟିମ୍ ସୁପର ଓଭରରେ ମାତ୍ର ୮ ରନ କରିବାରେ ସକ୍ଷମ ହୋଇଥିଲା। ପରେ ବିଜୟ ପାଇଁ ୯ ରନର ଟାର୍ଗେଟ ପିଛା କରି ଘରୋଇ ଟିମ୍ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କିରଣ ପୋଲାର୍ଡ ବ୍ୟାଟିଂ କରିବାକୁ ଆସିଥିଲେ। ପ୍ରଥମ ବଲରେ ପାଣ୍ଡ୍ୟା ରଶିଦ ଖାନଙ୍କ ବଲକୁ ଛକା ମାରିଥିଲେ। ଏହାପରେ ଦ୍ୱିତୀୟ ବଲରେ ସିଙ୍ଗିଲ ରନ୍ ନେଇଥିଲେ। ତୃତୀୟ ବଲରେ ପୋଲାର୍ଡ୍ ୨ ରନ ନେଇ ମୁମ୍ୱାଇକୁ ଜିତାଇଥିଲେ।

ଚଳିତ ଆଇପିଏଲ ସିଜିନର ଏହା ୫୧ ନମ୍ୱର ମ୍ୟାଚ ଥିଲା। ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ମୁମ୍ୱାଇ ବିଜୟ ହୋଇ ପ୍ଲେ ଅଫରେ ନିଜର ସ୍ଥାନ ପକ୍କା କରିଛି। ମୁମ୍ୱାଇ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ ଏବଂ ଦିଲ୍ଲୀ କ୍ୟାପିଟାଲ ପ୍ଲେ ଅଫରେ ସ୍ଥାନ ପକ୍କା କରି ସାରିଛନ୍ତି। ପଏଣ୍ଟ ଟେବୁଲରେ ୧୨ଟି ମ୍ୟାଚ ଖେଳି ୧୪ ପଏଣ୍ଚ ସହ ତୃତୀୟ ସ୍ଥାନରେ ରହିଛି ମୁମ୍ୱାଇ। ୧୨ ପଏଣ୍ଟ ସହ ଆଇପିଏଲ ପଏଣ୍ଚ ଟେବୁଲରେ ହାଇଦ୍ରାବାଦ ଚତୁର୍ଥ ସ୍ଥାନରେ ରହିଛି।



from Odisha Reporter http://bit.ly/2GXQ4nt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages