ଫୋନି ପାଇଁ ବାତିଲ୍‌ ହେଲା ୭୪ ଟ୍ରେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 1, 2019

ଫୋନି ପାଇଁ ବାତିଲ୍‌ ହେଲା ୭୪ ଟ୍ରେନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମ୍ଭାବ୍ୟ ବାତ୍ୟା ଫୋନି ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ହାୱଡା- ବିଜୟନଗରମ୍‌ ମଧ୍ୟରେ ଚଳାଚଳ କରୁଥିବା ୭୪ ଟ୍ରେନ ବାତିଲ କରି ଦିଆଯାଇଛି। ଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି।

କାଲି ସଂଧ୍ୟାରୁ ଭଦ୍ରକ-ବିଜୟନଗରମ ମଧ୍ୟରେ ରେଳ ଚଳାଚଳ ସ୍ଥଗିତ ରହିବ। ଏପରିକି  ଭୁବନେଶ୍ୱର ଓ ପୁରୀ ଅଭିମୁଖେ ଆସୁଥିବା ସବୁ ଟ୍ରେନ୍ ସ୍ଥଗିତ ରହିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ପ୍ରମୁଖ ଦୂରଗାମୀ ଟ୍ରେନ ମଧ୍ୟରେ ହାଓ୍ୱଡ଼ା-ଇଷ୍ଟକୋଷ୍ଟ କୋରୋମଣ୍ଡଳ ଏକ୍ସପ୍ରେସ ବାତିଲ୍ ହୋଇଛି। ହାଓ୍ୱଡ଼ାରୁ ପୁରୀ, ବାଙ୍ଗାଲୋର, ଚେନ୍ନାଇ, ସିକନ୍ଦରାବାଦ ଯିବାକୁ ଥିବା ଟ୍ରେନ୍ ବାତିଲ୍ ହୋଇଛି। କେବଳ ୨ ତାରିଖ ନୁହେଁ, ୩ରେ ଭୁବନେଶ୍ୱର ଓ ପୁରୀରୁ ଯିବାକୁ ଥିବା ସମସ୍ତ ଟ୍ରେନ୍‌କୁ ମଧ୍ୟ ବାତିଲ୍ କରି ଦିଆଯାଇଛି।



from Odisha Reporter http://bit.ly/2GXp4Vi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages