
ନୂଆଦିଲ୍ଲୀ:ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ଏହି ଶିକ୍ଷାନୁଷ୍ଠାନ ପରିସରରେ ଥିବା ସ୍କୁଲ ଅଫ୍ ଲାଙ୍ଗୁଏଜ୍ ଲାଇବ୍ରେରୀରେ ସିଲିଂ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଜଣେ ଇଂରାଜୀ ପ୍ରଫେସରଙ୍କୁ ମୃତ ଛାତ୍ର ଇମେଲ ଯୋଗେ ସୁଇସାଇଡ୍ ନୋଟ୍ ପଠାଇଥିବାରୁ, ତାଙ୍କ ସୂଚନା ଆଧାରରେ ପୁଲିସ୍ ଏହି ବିଷୟରେ ଜାଣିପାରିଥିଲା।
ରିଷି ଟମାସ୍ ନାମକ ଏହି ଛାତ୍ର ମାହି ମାଣ୍ଡୱି ହଷ୍ଟେଲରେ ରହୁଥିଲେ ଏବଂ ଫ୍ୟାନ୍ରେ ଝୁଲିବା ଆଗରୁ ତାଙ୍କ ପ୍ରଫେସରଙ୍କୁ ଇମେଲ ପଠାଇଥିଲେ। ଏ ବିଷୟରେ ଜଣାପଡ଼ିବା ପରେ ତୁରନ୍ତ ତାଙ୍କ ଝୁଲନ୍ତା ଶରୀରକୁ ହସ୍ପିଟାଲ ନିଆଯାଇଥିଲା, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୁଲିସ୍ ପକ୍ଷରୁ କୁହାଯାଇଛି, ପ୍ରଫେସରଙ୍କ କଲ୍ ଆଧାରରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ସେମାନେ ଦେଖିବାକୁ ପାଇଥିଲେ ଲାଇବ୍ରେରୀ ବିଲ୍ଡିଂର ଗୋଟିଏ ରୁମ୍ ଭିତର ପଟୁ ବନ୍ଦ ଥିଲା ଏବଂ ବାରମ୍ବାର ଖଟ୍ ଖଟ୍ କରିବା ପରେ ମଧ୍ୟ ଉତ୍ତର ମିଳିନଥିଲା। ସେ ସିଲିଂ ଫ୍ୟାନରୁ ଝୁଲି ଥିବା ଝରକା ବାଟେ ଦେଖିବାକୁ ମିଳିଥିଲା ଏବଂ ଏହା ପରେ କବାଟ ଭାଙ୍ଗି ପୁଲିସ୍ ଭିତରକୁ ପଶିଥିଲା।
ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ମୃତ ଛାତ୍ରଙ୍କର କୌଣସି ଏକ ରୋଗ ହୋଇଥିଲା ଏବଂ ତାଙ୍କର ଚିକିତ୍ସା ଚାଲିଥିଲା। ବର୍ତ୍ତମାନ ସୁଦ୍ଧା ତାଙ୍କ ଆତ୍ମହତ୍ୟା ପଛରେ କ’ଣ କାରଣ ରହିଛି, ତାହା ଜଣାପଡ଼ିନଥିଲେ ମଧ୍ୟ ତଦନ୍ତ ପରେ ଆହୁରି ତଥ୍ୟ ଆସିବାର ସମ୍ଭାବନା ରହିଛି। ଏହି ଘଟଣା ରିଷିଙ୍କ ଅଭିଭାବକଙ୍କୁ ଜଣାଇଦିଆଯାଇଛି।
from Odisha Reporter http://bit.ly/30pJ8qT
No comments:
Post a Comment