
ନୟାଗଡ଼(ଓଡ଼ିଶା ରିପୋର୍ଟର)ମ୍ୟାଟ୍ରିକରେ କମ ନମ୍ବର ରହିବାରୁ ବିଷ ପିଇ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ବ୍ରଜରାଜପୁର ପଞ୍ଚାୟତ ଲତାର ଗାଁରେ।
ଏଠାକାର ଉମେଶ ଦଳବେହେରାଙ୍କ ପୁଅ ପ୍ରଦ୍ୟୁମ୍ନ ଦଳବେହେରା ମାଟ୍ରିକରେ କମ ନମ୍ବର ରଖିଥିବାରୁ ବିଷ ପିଇ ଗୁରୁତର ହୋଇଥିଲେ। ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି ।
from Odisha Reporter http://bit.ly/2JWL84b
No comments:
Post a Comment