କଳ୍ପନାଙ୍କ ମରଶରୀର ଆଣିବାକୁ ତତ୍ପରତା: ୩ ଜଣିଆ ଟିମ୍‌ର କାଠମାଣ୍ଡୁ ଗସ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

କଳ୍ପନାଙ୍କ ମରଶରୀର ଆଣିବାକୁ ତତ୍ପରତା: ୩ ଜଣିଆ ଟିମ୍‌ର କାଠମାଣ୍ଡୁ ଗସ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ପ୍ରଥମ ମହିଳା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କ ମରଶରୀରକୁ ଓଡ଼ିଶା ଫେରାଇ ଆଣିବାକୁ ଆଜି କାଠମାଣ୍ଡୁ ଗସ୍ତ କରିଛନ୍ତି ୩ଜଣିଆ ଟିମ୍। ଏହି ଟିମ୍‌ରେ କଳ୍ପନାଙ୍କ ଭାଇ ପ୍ରଦୀପ ଦାସ, ଏଭେରେଷ୍ଟ ଆରୋହଣକାରୀ ଗଣେଶ ଜେନା ଏବଂ କଳ୍ପନାଙ୍କ ସମ୍ପର୍କୀୟ ରଣଜିତ କର୍ମୀ ସାମିଲ ଅଛନ୍ତି । ଏଥିସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଭାରତୀୟ ଦୂତାବାସ ସହ ଯୋଗାଯୋଗ ରଖି ପାର୍ଥିବ ଶରୀରକୁ କିପରି ଓଡ଼ିଶା ଅଣାଯାଇପାରିବ ସେନେଇ ତତ୍ପରତା ଦେଖାଇଛନ୍ତି।

ନେପାଳର ୧୦ଜଣ ଶେରପା ଏଭରେଷ୍ଟରୁ କଳ୍ପନାଙ୍କ ମରଶରୀର ଉଦ୍ଧାର ଲାଗି ଚେଷ୍ଟା ଚଳାଇଛନ୍ତି। ତେବେ ପାଗ ଭଲ ରହିଲେ ଆଜି ଉଦ୍ଧାର ସମ୍ଭବ ହେବ ବୋଲି ସୂଚନା ମିଳିଛି। କଳ୍ପନାଙ୍କ ଅକାଳ ବିୟୋଗ ଖବର ପାଇ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ତାଙ୍କ ପରିବାର ବର୍ଗ। କଳ୍ପନାଙ୍କ ଆତ୍ମାର ସଦଗତି ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ଭୁବନେଶ୍ୱରଠାରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଛି।



from Odisha Reporter http://bit.ly/2VQVpRF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages