
ମୁମ୍ବାଇ: ଲସିଙ୍ଗ ମାଲିଙ୍ଗା ଓ କୃନାଲ ପାଣ୍ଡ୍ୟାଙ୍କ ଦମଦାର ବୋଲିଂ ଆକ୍ରମଣକୁ ସାମ୍ନା କରିନପାରି କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଚଳିତ ଆଇପିଏଲର ଅନ୍ତିମ ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୨୦ ଓଭରରେ ୭ ୱିକେଟ୍ ହରାଇ ୧୩୩ ରନ୍ କରିବାକୁ ସକ୍ଷମ ହୋଇଛି। ଅର୍ଥାତ୍ ଏହି ମୁକାବିଲାକୁ ଜିତିବା ପାଇଁ ମୁମ୍ବାଇକୁ ୧୩୪ ରନ୍ କରିବାକୁ ପଡ଼ିବ।
କେକେଆର୍ ପକ୍ଷରୁ କ୍ରିସ୍ ଲିନ୍ ସର୍ବାଧିକ ୪୧ ରନ୍ (୨୯ ବଲ୍, ୨ ଚୌକା, ୪ ଛକା) ରନ୍ କରିଛନ୍ତି। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା କେକେଆର୍ ଭଲ ଆରମ୍ଭ କରିଥିଲା। କିନ୍ତୁ ମଧ୍ୟକ୍ରମରେ ଲଗାତାର ୱିକେଟ୍ ପତନ ଯୋଗୁ ଭ୍ରମଣକାରୀ ଟିମ୍ ବଡ଼ ସ୍କୋର କରିବାକୁ ଅସମର୍ଥ ହୋଇଥିଲା। ଇନଫର୍ମ ବ୍ୟାଟ୍ସମ୍ୟାନ୍ ଶୁବମାନ ଗିଲ୍ ମାତ୍ର ୯ ରନ୍ କରି କୃନାଲଙ୍କ ଶିକାର ହୋଇଥିଲେ। ଲିନ୍ ଦ୍ରୁତ ରନ୍ କରିଥିଲେ ହେଁ, ବଡ଼ ସ୍କୋର କରିପାରିନଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଦିନେଶ କାର୍ତ୍ତିକ (୩), ଜବରଦସ୍ତ ଫର୍ମରେ ଥିବା ଆନ୍ଦ୍ରେ ରସେଲ୍ (୦) ନିରାଶ କରିଥିଲେ। ରବିନ୍ ଉଥାପ୍ପା ଧିମା ବ୍ୟାଟିଂ କରି ମାତ୍ର ୪୭ ବଲରେ ମାତ୍ର ୪୦ ରନ୍ ଓ ନୀତୀଶ ରାଣା ଦ୍ରୁତ ୨୬ (୧୩ ବଲ୍, ୩ ଛକା) ରନ୍ କରି ଆଉଟ୍ କରିଥିଲେ। ମୁମ୍ବାଇ ପକ୍ଷରୁ ମାଲିଙ୍ଗା ୩ଟି, ଯଶପ୍ରୀତ ବୁମ୍ରା ଓ କୃନାଲ୍ ୨ଟି ଲେଖାଏ ୱିକେଟ୍ ହାସଲ କରିଛନ୍ତି।
from Odisha Reporter http://bit.ly/2VJltlS
No comments:
Post a Comment