ଅଷ୍ଟ୍ରେଲିଆରୁ ସିଧା ଭୁବନେଶ୍ୱରରେ ପହଞ୍ଚିଲା ଭାରତୀୟ ହକି ଟିମ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

ଅଷ୍ଟ୍ରେଲିଆରୁ ସିଧା ଭୁବନେଶ୍ୱରରେ ପହଞ୍ଚିଲା ଭାରତୀୟ ହକି ଟିମ୍

ଭୁବନେଶ୍ୱର: ଅଷ୍ଟ୍ରେଲିଆରେ ଖରାପ ପ୍ରଦର୍ଶନ କରିଥିବା ଭାରତୀୟ ପୁରୁଷ ହକି ଟିମ୍ ରବିବାର ରାଜଧାନୀରେ ପହଞ୍ଚିଛି। ଆସନ୍ତା ଜୁନ୍ ୬ ତାରିଖରୁ ଆରମ୍ଭ ହେବାକୁଥିବା ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସ ପାଇଁ କଳିଙ୍ଗ ଷ୍ଟାଡିୟମରେ ସିନିୟର ଖେଳାଳିଙ୍କ ଏକ ପ୍ରସ୍ତୁତି ଶିବିର ଆୟୋଜିତ ହେବ। ଏଥିପାଇଁ ହକି ଇଣ୍ଡିଆ ଆଜି ୩୨ ଜଣିଆ ସମ୍ଭାବ୍ୟ ଦଳର ଘୋଷଣା କରିଛି।

ନିକଟରେ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ୧୮ ଜଣ ଖେଳାଳି ସିଧା ଏଠାରେ ଶିବିର ପାଇଁ ପହଞ୍ଚିଛନ୍ତି। ସେମୋେନ ବାକି ୧୪ଜଣ ଖେଳାଳିଙ୍କ ସହ ଯୋଗଦେବେ। ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ପୁରୁଷ ହକି ଟିମ୍ ତା’ର ପ୍ରଥମ ଦୁଇ ମୁକାବିଲାରେ ଯଥାକ୍ରମେ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଥଣ୍ଡରଷ୍ଟିକ୍ସ ଓ ଅଷ୍ଟ୍ରେଲିଆ-ଏ’କୁ ହରାଇଥିଲା। ତୃତୀୟ ମୁକାବିଲାରେ ଅଷ୍ଟ୍ରେଲିଆ-ଏ ସହ ଭାରତ ଡ୍ର’ ଖେଳିଥିଲା।

କିନ୍ତୁ ଚତୁର୍ଥ ଓ ପଞ୍ଚମ ମୁକାବିଲାରେ ଭାରତ ନୈରାଶ୍ୟଜନକ ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ଜାତୀୟ ଟିମ୍ ନିକଟରୁ ପରାସ୍ତ ହୋଇ ଗସ୍ତ ଶେଷ କରିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ପରାଜୟ ଭାରତୀୟ ଟିମର ମନୋବଳ ହ୍ରାସ କରିଛି। ତେଣୁ ଏହି ପରାଜୟର ପ୍ରଭାବ ଭାରତୀୟ ଟିମ୍ ଉପରେ ପଡ଼ିବ କି ନାହିଁ, ତାହା ସମୟ କହିବ। କିନ୍ତୁ ଏହି ଶିବିର ଖେଳାଳିମାନଙ୍କ ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି।

ଏହି ଶିବିର ପାଇଁ ସମ୍ଭାବ ଦଳରେ ୫ ଜଣ ଓଡ଼ିଆ ଖେଳାଳି ଯଥା ବୀରେନ୍ଦ୍ର ଲାକ୍ରା, ଅମିତ୍ ରୋହିଦାସ, ନିଲମ ସଞ୍ଜୀପ ଖେସ୍, ଆଶିଷ କୁମାର ଟପନୋ ଓ ଶିଳାନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି। ବୀରେନ୍ଦ୍ର ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଅଷ୍ଟ୍ରେଲିଆ ଗସ୍ତ ପାଇଁ ଜାତୀୟ ଟିମ୍‌ରେ ସାମିଲ୍ ହୋଇଥିଲେ। ଏହି ସମ୍ଭାବ୍ୟ ଖେଳାଳିଙ୍କ ବ୍ୟତୀତ ଦୀପସାଦ୍ ତିର୍କୀ, ଚିଙ୍ଗଲେସାନା ସିଂହ କାଙ୍ଗୁଜାମ, ଲଲିତ୍ କୁମାର ଉପାଧ୍ୟାୟ ଓ ରମନଦୀପ ସିଂହ ବର୍ତ୍ତମାନ ବେଙ୍ଗାଲୁରୁର ସାଇଠାରେ ଫିଟନେସ୍ ଟେଷ୍ଟ ଦେଉଛନ୍ତି।

ସମ୍ଭାବ୍ୟ ଖେଳାଳି
ଗୋଲକିପର- ପିଆର୍ ଶ୍ରୀଜେଶ, ସୂରଜ କେର୍କେରା, କ୍ରିଷ୍ଣା ବାହାଦୂର ପାଠକ
ଡିଫେଣ୍ଡର୍ସ: ହରମନପ୍ରୀତ କୌର, ବୀରେନ୍ଦ୍ର ଲାକ୍ରା, ସୁରେନ୍ଦ୍ର କୁମାର, ଅମିତ୍ ରୋହିଦାସ, ବରୁନ୍ କୁମାର, ରୂପିନ୍ଦର ପାଲ୍ ସିଂହ, ଗୁରିନ୍ଦର ସିଂହ, କୋଠାଜିତ୍ ସିଂହ ଖାଡାଙ୍ଗବାମ, ନିଲମ ସଞ୍ଜୀପ ଖେସ, ଜର୍ମନପ୍ରୀତ ସିଂହ
ମିଡଫିଲ୍ଡର୍ସ: ମନପ୍ରୀତ ସିଂହ, ସୁମିତ୍, ନୀଳକଣ୍ଠ ଶର୍ମା, ଯଶକରନ୍ ସିଂହ, ହାର୍ଦ୍ଦିକ ସିଂହ, ବିବେକ ସାଗର ପ୍ରସାଦ, ଆଶିଷ କୁମାର ଟପନୋ, ସୟଦ ନିୟାଜ ରହିମ୍, ରାଜକୁମାର ପାଲ୍
ଫରୱାର୍ଡ୍ସ: ମନଦୀପ ସିଂହ, ଆକାଶଦୀପ ସିଂହ, ଶିଳାନନ୍ଦ ଲାକ୍ରା, ଗୁରସାହିବଜିତ୍ ସିଂହ, ଶମଶେର୍ ସିଂହ, ଅରମାନ୍ କ୍ୟୁରେଶି, ସୁମିତ୍ କୁମାର, ସିମରନଜିତ୍ ସିଂହ, ଏସଭି ସୁନୀଲ, ଗୁରଜନ୍ତ ସିଂହ



from Odisha Reporter http://bit.ly/2VwSc9S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages