ସାରା ବିଶ୍ୱ ଦେଖିବ ଓଡ଼ିଆ ଫିଲ୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 16, 2019

ସାରା ବିଶ୍ୱ ଦେଖିବ ଓଡ଼ିଆ ଫିଲ୍ମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଚଳଚ୍ଚିତ୍ର ପ୍ରେମୀଙ୍କ ପାଇଁ ଖୁସି ଖବର। ମର୍ଯ୍ୟାଦାଜନକ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ସ୍ଥାନ ପାଇଛି ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ସ୍ୱହା’।

ପୀଢ଼ି ପୀଢ଼ି ମଧ୍ୟରେ ଥିବା ବ୍ୟବଧାନକୁ ମୁଖ୍ୟ କଥାବସ୍ତୁ ଭାବେ ନେଇ ନିର୍ମିତ ଏହି ୨୫ ମିନିଟ୍ ଅବଧୀର ଶର୍ଟ ଫିଲ୍ମ ‘ସ୍ୱହା’ ଆଗାମୀ ୨୩ ତାରିଖରେ କାନ୍‌ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହେବ।  ଯାହା ରାଜ୍ୟ ପାଇଁ ଆଣିଛି ଗୌରବ।

ଓଡ଼ିଆ ଭାଷା ଓ ସାହିତ୍ୟକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସହ ଫିଲ୍ମ ‘ସ୍ୱହା’ରେ କାହାଣୀକୁ ଏକ ନିଆରା ଢଙ୍ଗରେ ଉପସ୍ଥାପିତ କରାଯାଇଛି। ଏହା କହିଛନ୍ତି ଫିଲ୍ମର ନିର୍ଦ୍ଦେଶକ ଶିଶିର କୁମାର ସାହୁ କହିଛନ୍ତି ।

ଦୁଇଟି ପୀଢ଼ି ମଧ୍ୟରେ ଭାବାନ୍ତର, ଆଉ ଭାବର ଆଦାନ ପ୍ରଦାନ।  ଦୁଇ ଜଣ କବି।  କିନ୍ତୁ ଜଣେ ବୟସ୍କ, ଅନ୍ୟ ଜଣେ ଯୁବତୀ।  ସାହିତ୍ୟ ସେମାନଙ୍କୁ ଯୋଡ଼େ ସତ, କିନ୍ତୁ ପ୍ରଭେଦ ମଧ୍ୟ ସୃଷ୍ଟି କରେ।  ଦୁଇଟି ଭିନ୍ନ ଭିନ୍ନ  ପୀଢ଼ି ମଧ୍ୟରେ ଆଦର୍ଶ ଓ ଚିନ୍ତାଧାରାର ପାର୍ଥକ୍ୟ ଥାଏ। ତଥାପି ବୁଝିବାକୁ ଚେଷ୍ଟା କରନ୍ତି ଦୁହେଁ ଦୁହିଁଙ୍କୁ। ଜେନେରେସନ୍ ଗ୍ୟାପ୍‌କୁ ମୁଖ୍ୟ ବିଷୟବସ୍ତୁ କରି ବିଶ୍ୱ ଦରବାର ଆଗରେ ନିଆରା ଢଙ୍ଗରେ କାହାଣୀ ଉପସ୍ଥାପନ କରିବାକୁ ଚେଷ୍ଟା କରିଛି ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର ‘ସ୍ୱହା’।

ଏଥିରେ ଓଡ଼ିଆ ଚଳଚ୍ଚିତ୍ର, ଟେଲିଭିଜନ ଓ ମଞ୍ଚ ଦୁନିଆର ବରିଷ୍ଠ ଅଭିନେତା ସୁରେଶ ମିଶ୍ର ମୁଖ୍ୟ ଭୂମିକାରେ ଅଭିନୟ କରିବା ସହ ଏହାର ସଂଳାପ ଓ ସ୍କ୍ରିନ୍ ପ୍ଲେ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି।  ତାଙ୍କ ସହ ‘ସ୍ୱହା’ରେ ଅଭିନୟ କରିଛନ୍ତି ଶୁଭସ୍ମିତା ରଥ ଓ ପଲ୍ଲବୀ ବାର୍ବି।  ଏଥିରେ ଓଡ଼ିଶାର ବହୁ ଆକର୍ଷଣୀୟ କିନ୍ତୁ ସ୍ୱଳ୍ପ ଜଣାଶୁଣା ସ୍ଥାନଗୁଡ଼ିକୁ ଦେଖିବାର ମଧ୍ୟ ସୁଯୋଗ ମିଳିବ ବୋଲି କହିଛନ୍ତି ଶିଶିର। କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହେବା ପରେ ଏହା ଭୁବନେଶ୍ୱରରେ ମଧ୍ୟ ସ୍କ୍ରିନିଂ ହେବ ବୋଲି ସୂଚନା ମିଳିଛି। 

କାନ୍‌ ଫିଲ୍ମ ଫେଷ୍ଟିଭାଲ୍ ଫ୍ରାନ୍ସର କାନ୍‌ ସହରରେ ଚଳିତ ବର୍ଷ ମେ ୧୪ରୁ ୨୫ ଯାଏଁ ଆୟୋଜିତ ହେଉଛି। ଯେଉଁଥିରେ ସାରା ବିଶ୍ୱରୁ ବିଭିନ୍ନ ବର୍ଗର ବଛାବଛା ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥାଏ।



from Odisha Reporter http://bit.ly/2EdybPC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages