
ଲକ୍ଷ୍ନୌ: ସାଧାରଣ ନିର୍ବାଚନ ଫଳାଫଳ ପରେ ଉତ୍ତର ପ୍ରଦେଶରେ ଓଲଟିଯିବ ମେଣ୍ଟ ଚିତ୍ର। ଗତ କିଛି ଦିନ ତଳେ ଏକ ସର୍ଭେ ରିପୋର୍ଟ ଏହା ପ୍ରକାଶ କରିଥିଲା। ଏବେ ସମାନ କଥା ଦୋହରାଇଛନ୍ତି ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀଙ୍କ ସରକାରରେ ଥିବା ମନ୍ତ୍ରୀ ନସିମୁଦ୍ଦିନ ସିଦ୍ଦିକି। ଏବେ କିନ୍ତୁ ବିଏସପି ଛାଡ଼ି କଂଗ୍ରେସରେ ସାମିଲ ହୋଇଛନ୍ତି ନସିମୁଦ୍ଦିନ ସିଦ୍ଦିକି।
ସେ କହିଛନ୍ତି ଯେ ମେ ୨୩ ପରେ ସମାଜବାଦୀ ପାର୍ଟି(ଏସପି)କୁ ଛାଡ଼ି ବିଜେପିରେ ସାମିଲ ହୋଇଯିବ ବିଏସପି। ବିଜେପି ସହିତ ମାୟାବତୀ ଗୁପ୍ତ ଭାବରେ ଏ ନେଇ ଆଲୋଚନା କରିସାରିଛନ୍ତି। ଏମିତିକି ବିଏସପିର ଭୋଟ ବିଜେପିକୁ ଯାଇ ସାରିଛି ବୋଲି ପୂର୍ବତନ ବିଏସପି ନେତା ନସିମୁଦ୍ଦିନ ସିଦ୍ଦିକି କହିଛନ୍ତି।
ମାୟାବତୀ ବିଜେପି ସହିତ ମିଶିବା ପରେ ସମାଜବାଦୀ ପାର୍ଟି ନିଜର ଅସ୍ତିତ୍ୱ ବଞ୍ଚାଇବାକୁ ଯାଇ କଂଗ୍ରେସ ସହ ମେଣ୍ଟ କରିବ ବୋଲି ସେ ଯୁକ୍ତି ବାଢ଼ିଛନ୍ତି।
ସୂଚନାଯୋଗ୍ୟ ଯେ ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ଏକାକୀ ୭୧ଟି ଆସନ ଜିତିଥିଲା। ଏହାପରେ ୨୦୧୭ରେ ମଧ୍ୟ ବିଜେପି ଏକାକୀ ୟୁପିରେ ସରକାର ଗଢ଼ିବାରେ ସକ୍ଷମ ହୋଇଛି। ତେଣୁ ବିଜେପିର ବଢ଼ୁଥିବା ସ୍ଥିତି ଉପରେ ରୋକ ଲଗାଇବା ପାଇଁ ଚଳିତ ନିର୍ବାଚନରେ ଏସପି-ବିଏସପି-ଆରଏଲଡି ମେଣ୍ଟ କରି ନିର୍ବାଚନ ଲଢ଼ୁଛନ୍ତି।
from Odisha Reporter http://bit.ly/2WPhX6O
No comments:
Post a Comment