
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ବକେୟା ଦରମା ଦାବିରେ ତାତିଲେ ‘ଆଧୁନିକ ମେଟାଲିକ୍’ର କର୍ମଚାରୀ ଏବଂ ଶ୍ରମିକ। ରାଉରକେଲା ନିକଟ କୁଆଁରମୁଣ୍ଡାରେ ଥିବା ‘ଆଧୁନିକ ମେଟାଲିକ୍’ କମ୍ପାନୀର କର୍ମଚାରୀମାନେ ୮ ମାସର ବକେୟା ଦରମା ଦାବିରେ ଆଜି ୧୪୩ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ତେଣୁ ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ି ଅଟକି ରହିଛି।

ଏହା ଜିଲ୍ଲାର ସର୍ବ ବୃହତ ଘରୋଇ ଇସ୍ପାତ ଶିଳ୍ପ ଥିବା ବେଳେ ଶ୍ରମିକ ଓ କର୍ମଚାରୀଙ୍କୁ ମାସ ମାସର ଦରମା ନଦେଇ ମାଲିକ କାରଖାନା ବନ୍ଦ ରଖୁଛନ୍ତି। ଏଥିସହ ଏହାକୁ ଅନ୍ୟ କମ୍ପାନୀକୁ ବିକ୍ରି କରିବା ମସୁଧା କରୁଥିବା ଅଭିଯୋଗ ହୋଇଛି। କମ୍ପାନୀ ମେ’ ମାସ ୧୪ ତାରିଖରେ ବକେୟା ପାଉଣା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲା। ହେଲେ ପାଉଣା ଦେବାରେ ବାରମ୍ବାର ସମୟ ବଦଳାଉଥିବାରୁ ଆଜି ବାଧ୍ୟ ହୋଇ ସେମାନେ ଜାତୀୟ ରାଜପଥ ଅବରୋଧ କରିଥିବା କହିଛନ୍ତି।
from Odisha Reporter http://bit.ly/2VGcMJU
No comments:
Post a Comment