ରାହୁଲ ଓ ସୋନିଆଙ୍କୁ ଭୋଟ ଦେବାକୁ ନିବେଦନ କଲେ ବିରୋଧୀ ମାୟାବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 5, 2019

ରାହୁଲ ଓ ସୋନିଆଙ୍କୁ ଭୋଟ ଦେବାକୁ ନିବେଦନ କଲେ ବିରୋଧୀ ମାୟାବତୀ

ଲକ୍ଷ୍ନୌ: ଆମେଠି ଓ ରାଏବରେଲି ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଏସପି-ବିଏସପି କର୍ମୀଙ୍କୁ ଆହ୍ୱାନ କରିଛନ୍ତି ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ। ଏହି ଦୁଇ ଆସନରେ ଏସପି-ବିଏସପି-ଆରଏଲଡି ମେଣ୍ଚ ପ୍ରାର୍ଥୀ ଦେଇ ନାହିଁ। ତେଣୁ ଏହି ଆସନରେ ବିଜେପି ପ୍ରାର୍ଥୀ ନଜିତିବା ଦରକାର ବୋଲି ମାୟାବତୀ ଏସପି-ବିଏସପି ଭୋଟରଙ୍କୁ ଆହ୍ୱାନ କରିଛନ୍ତି।

ସୂଚନାଯୋଗ୍ୟ ଯେ ଉତ୍ତର ପ୍ରଦେଶରେ ଚଳିତଥର ଏସପି-ବିଏସପି-ଆଲଏଡ଼ି ମେଣ୍ଟ କରି ନିର୍ବାଚନ ଲଢୁଛନ୍ତି। ନିର୍ବାଚନୀ ରାଲି ବେଳେ ଉଭୟ ବିଜେପି ଓ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି ମାୟାବତୀ ଅନେକ ଥର ସମାଲୋଚନା କରୁଛନ୍ତି। ଉଭୟ ସରକାରର ଭୁଲ ରଣନୀତି ପାଇଁ ଉତ୍ତର ପ୍ରଦେଶରେ ବେରୋଜଗାର ବଢୁଛି ବୋଲି ମାୟାବତୀ ଓ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ କହି ଆସୁଛନ୍ତି।

ଏ ନେଇ କଂଗ୍ରେସ ମଧ୍ୟ ଏସପି-ବିଏସପି ବିରୋଧରେ ନିର୍ବାଚନୀ ରାଲି ବେଳେ ଜୋରଦାର ପ୍ରଚାର କରୁଛି। ହେଲେ ଏବେ ରାହୁଲ ଗାନ୍ଧିଙ୍କ ଆମେଠି ଆସନ ଏବଂ ସୋନିଆ ଗାନ୍ଧିଙ୍କ ରାଏବରେଲି ଆସନ ପାଇଁ ମାୟାବତୀ ଏସପି-ବିଏସପି କର୍ମୀଙ୍କୁ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି।

ଦେଶରେ ବିଜେପି ନେତୃତ୍ୱାଧୀନ ସରକାର ନ ଆସିବା ଦରକାର। ଏହି ମେଣ୍ଟ ଆଗାମୀ ଦିନରେ ଉଭୟ ଦେଶ ଏବଂ ରାଜ୍ୟରେ ନୂଆ ସରକାର ଦେବ ବୋଲି ମାୟାବତୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।



from Odisha Reporter http://bit.ly/2ZX1Qps

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages