ଆନ୍ଧ୍ର: ୧୦୪ ଆସନରେ ୱାଇଏସ୍‌ଆର ଆଗୁଆ, ୨୪ଟିରେ ନାଇଡ଼ୁଙ୍କ ଟିଡିପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ଆନ୍ଧ୍ର: ୧୦୪ ଆସନରେ ୱାଇଏସ୍‌ଆର ଆଗୁଆ, ୨୪ଟିରେ ନାଇଡ଼ୁଙ୍କ ଟିଡିପି

ହାଇଦ୍ରାବାଦ: ଏକାସାଥିରେ ଲୋକସଭା ଏବଂ ବିଧାନସଭା ପାଇଁ ନିର୍ବାଚନ ହେଉଥିବା ଆନ୍ଧ୍ରପ୍ରଦେଶରେ ଜଗନ୍‌ମୋହନ୍‌ ରେଡ୍ଡିଙ୍କ ୱାଇଏସ୍‌ଆର କଂଗ୍ରେସ ଅଧିକାଂଶ ବିଧାନସଭା ଆସନରେ ଆଗୁଆ ଥିବା ଜଣାପଡ଼ିଛି। ଅନ୍ୟ ପକ୍ଷରେ ଏଠାରେ କ୍ଷମତାସୀନ ଟିଡିପି ଗଣତିର ଶେଷ ଖବର ସୁଦ୍ଧା ବହୁତ ପଛରେ ପଡ଼ିଯାଇଛି। ମିଳିଥିବା ସୂଚନା ଅନୁଯାୟୀ ୱାଇଏସ୍‌ଆର ୧୦୪ଟି ଆସନରେ ଆଗୁଆ ଥିବାବେଳେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି ୨୪ଟିରେ ଆଗୁଆ ରହିଛି।

ଆନ୍ଧ୍ର ବିଧାନସଭାରେ ତ୍ରିମୁଖୀ ଲଢ଼େଇ ହେଉଛି। ୱାଇଏସ୍‌ଆର ଏବଂ ଟିଡିପି ମଧ୍ୟରେ ମୁଖ୍ୟତଃ ଲଢ଼େଇ ହେବାକୁ ଥିବାବେଳେ ତୃତୀୟ ବିକଳ୍ପ ଭାବରେ ପୱନ କଲ୍ୟାଣଙ୍କ ଜନ ସେନା ପାର୍ଟି ଏବଂ ଏହାର ମେଣ୍ଟ ସହଯୋଗୀ ସିପିଏମ୍‌ ଓ ବିଏସ୍‌ପି ଆଦି ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବେ।

ପ୍ରଥମ ରାଉଣ୍ଡ ଭୋଟିଂ ସୁଦ୍ଧା ଜନସେନା ମୁଖ୍ୟ ପୱନ୍‌ ଗାଜୁୱାକା ବିଧାନସଭା ଆସନରେ ପଛୁଆ ଅଛନ୍ତି। ସେହିଭଳି ୱାଇଏଏସ୍‌ଆରର ଆରାକୁ ପ୍ରାର୍ଥୀ ଜି ମାଧବୀ ୩୬୦୦ ଭୋଟ୍‌ରେ ଆଗୁଆ ଅଛନ୍ତି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ କୁପ୍ପମ୍‌ରୁ ୧୫୦୦ ଭୋଟ୍‌ରେ ଆଗୁଆ ଅଛନ୍ତି। ପୱନ୍‌ କଲ୍ୟାଣଙ୍କ ଜନସେନା ପ୍ରାର୍ଥୀ ତେନାଲି ଏବଂ ମୁମ୍ମିଦିବରମ୍‌ରେ ଆଗୁଆ ଅଛନ୍ତି। କେବଳ ଶ୍ରୀକାକୁଲମ୍‌ ଜିଲ୍ଲାରେ ସମସ୍ତ ୧୦ଟି ଆସନରେ ଜଗନ୍‌ଙ୍କ ୱାଇଏସ୍‌ଆର ଆଗୁଆ ରହିଛି।



from Odisha Reporter http://bit.ly/2MeAJTY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages