
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଜଣେ ଭ୍ରଷ୍ଟ ବ୍ୟକ୍ତି ଓ ରାଜ୍ୟରେ ଶାସକ ବିଜେଡିକୁ ସୁହାଇବା ଭଳି କାମ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।
ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ନିର୍ବାଚନ କମିଶନଙ୍କୁ ଭେଟି ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ୧୫ଟି ବିଧାନସଭା ମଣ୍ଡଳୀ ମଧ୍ୟରୁ ଅନେକ ବୁଥରେ ଶାସକ ଦଳ ତରଫରୁ ବୁଥ୍ ଜବରଦଖଲ ଓ ଅନ୍ୟାନ୍ୟ ଅନିୟମିତତାର ପ୍ରମାଣ ବିଜେପି ପକ୍ଷରୁ ନିର୍ବାଚନ କମିଶନଙ୍କ ପାଖରେ ଉପସ୍ଥାପିତ କରାଯାଇଛିା କିନ୍ତୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କିଛି ସଂସ୍ଥାକୁ ଲଗାଇ ଶାସକ ଦଳକୁ ସୁହାଇବା ପାଇଁ କିଛି ବୁଥରେ ଆଉଥରେ ମତଦାନ କରାଇବାର ଷଡ଼ଯନ୍ତ୍ର କରୁଛନ୍ତି।
ବିଶେଷ ଭାବରେ ବରୀ ବିଧାନସଭାର ୧୨ଟି ବୁଥରେ ପୁଣିଥରେ ନିର୍ବାଚନ କରିବାପାଇଁ ସୁରେନ୍ଦ୍ର କୁମାରଙ୍କ ଷଡ଼ଯନ୍ତ୍ରର ସୂଚନା ନିର୍ବାଚନ କମିଶନକୁ ଜଣାଇବା ପରେ ସେ ଏହାର ସୁବିଚାର କରିବାକୁ ଆଶ୍ୱାସନା ଦେଇଥିବା ଶ୍ରୀ ପ୍ରଧାନ କହିଛନ୍ତି।
ସେହିପରି ପାଟକୁରା ସମେତ ରାଜ୍ୟର ଅଧିକାଂଶ ବିଧାନସଭା ଆସନ ଜିତିବା ନେଇ ମୁଖ୍ୟମନ୍ତ୍ରୀଙ୍କର ଦୃଢ ଦାବି ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି ତା’ହେଲେ ମୁଖ୍ୟମନ୍ତ୍ରୀ କାହିଁକି ପାଟକୁରା ନିର୍ବାଚନକୁ ଡରି ଏହାର ତାରିଖ ଘୁଞ୍ଚାଇବାକୁ ଚାହୁଁଛନ୍ତି?
from Odisha Reporter http://bit.ly/2vtuXmo
No comments:
Post a Comment