ଭାରତର ଏହି ରେକର୍ଡକୁ ଭାଙ୍ଗିଲା ଇଂଲଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ଭାରତର ଏହି ରେକର୍ଡକୁ ଭାଙ୍ଗିଲା ଇଂଲଣ୍ଡ

ନୂଆଦିଲ୍ଲୀ: ବିଶ୍ୱକପ୍‌ର ମାତ୍ର ୧୨ ଦିନ ପୂର୍ବରୁ ଟିମ୍‌ ଇଂଲଣ୍ଡ ଦିନିକିଆରେ ଭାରତର ଏକ ରେକର୍ଡକୁ ଭାଙ୍ଗି ଦେଇଛି। ପାକିସ୍ତାନ ବିପକ୍ଷ ୪ର୍ଥ ଦିନିକିଆରେ ଇଂଲଣ୍ଡ ୩୪୧ ରନ୍‌ର ଟାର୍ଗେଟକୁ ପିଛା କରି ଏହାକୁ ୩ଟି ବଲ୍‌ ପୂର୍ବରୁ ହାସଲ କରି ନେଇଛି।

ଏହି ବିଜୟ ସହ ଇଂଲଣ୍ଡ ୩-୦ରେ ସିରିଜ୍‌ ମଧ୍ୟ ଆଗୁଆ କବଜା କରିଛି। ତେବେ ଏଭଳି ୩୪୦ରୁ ଅଧିକ ରନ୍‌ର ଟାର୍ଗେଟକୁ ସଫଳତା ପୂର୍ବକୁ ଚେଜ୍‌ କରିବା କ୍ଷେତ୍ରରେ ଇଂଲଣ୍ଡ ଟିମ୍‌ ଇଣ୍ଡିଆର ରେକର୍ଡକୁ ଭାଙ୍ଗି ଦେଇଛି। ଇଂଲଣ୍ଡ ୪ ଥର ୩୪୦ରୁ ଅଧିକ ସ୍କୋର ଚେଜ୍‌ କରିଥିବା ବେଳେ ଭାରତ ଏହି କ୍ଷେତ୍ରରେ ୩ଥର ସଫଳତା ପାଇଛି।

ସେହିପରି ବିଶ୍ୱକପ୍‌ ପୂର୍ବରୁ ଇଂଲଣ୍ଡ ଟିମ୍‌ର ସମସ୍ତ ସଦସ୍ୟ ଜବରଦସ୍ତ ଫର୍ମରେ ରହିଛନ୍ତି। ଜୋଶ ବଟଲର, ଜନ୍ନି ବେୟାରଷ୍ଟୋ, ଜେସନ ରୟ, ବେନ୍‌ ଷ୍ଟୋକ୍ସ, ଜୋ ରୁଟ ଓ ଇଆନ ମୋର୍ଗାନ ନିଜର ବ୍ୟାଟିଂ ଯାଦୁ ଦେଖାଇଛନ୍ତି। ପାକ୍ ବିପକ୍ଷ ପ୍ରଥମ ଦିନିକିଆ ବର୍ଷାରେ ଧୋଇ ହୋଇ ଯାଇଥିଲା। ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ବଟଲରଙ୍କ ରେକର୍ଡ ଶତକ ବଳରେ ୩୫୯ ରନ୍‌ର ଟାର୍ଗେଟକୁ ଚେଜ୍‌ କରି ଜିତିଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ଜନ୍ନି ବେୟାରଷ୍ଟୋ ଶତକ ହାସଲ କରିଥିଲେ। ସେହିପରି ତୃତୀୟ ମ୍ୟାଚ୍‌ରେ ଜେସନ ରୟ ଶତକୀୟ ଇନିଂସ ବଳରେ ପାକ୍‌ ଦେଇଥିବା ୩୪୧ ରନ୍‌ର ଟାର୍ଗେଟକୁ ୩ଟି ବଲ୍‌ ପୂର୍ବରୁ ଇଂଲଣ୍ଡ ହାସଲ କରି ନେଇଥିଲା।

ଇଂଲଣ୍ଡ ଖେଳାଳିଙ୍କ ଏଭଳି ବ୍ୟାଟିଂ ପ୍ରଦର୍ଶନ ଭାରତ ସମେତ ଅନ୍ୟ ଦଳଗୁଡ଼ିକୁ ଏବେ ଚିନ୍ତାରେ ପକାଇଛି।



from Odisha Reporter http://bit.ly/2Q9cnJX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages