ସିଜେଆଇଙ୍କୁ କ୍ଲିନ୍‌ଚିଟ୍‌: ସୁପ୍ରିମ୍‌କୋର୍ଟ ବାହାରେ ବିକ୍ଷୋଭ କରୁଥିବା ଆନ୍ଦୋଳନକାରୀ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

ସିଜେଆଇଙ୍କୁ କ୍ଲିନ୍‌ଚିଟ୍‌: ସୁପ୍ରିମ୍‌କୋର୍ଟ ବାହାରେ ବିକ୍ଷୋଭ କରୁଥିବା ଆନ୍ଦୋଳନକାରୀ ଗିରଫ

ନୂଆଦିଲ୍ଲୀ:ସୁପ୍ରିମ୍‌କୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କୁ ଏକ ଯୌନ ନିର୍ଯାତନା ମାମଲାରେ କ୍ଲିନ୍‌ଚିଟ୍‌ ଦିଆଯିବାକୁ ନେଇ କିଛି ସାମାଜିକ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିବା ସୂଚନା ମିଳିଛି। ସୁପ୍ରିମ୍‌କୋର୍ଟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଏହି ଆନ୍ଦୋଳନକାରୀ ଏକାଠି ହେବାପରେ ସେମାନଙ୍କୁ ପୁଲିସ୍‌ ଅଟକ ରଖିଛି। ସେମାନଙ୍କୁ ମଣ୍ଡି ମାର୍ଗ ପୁଲିସ୍‌ ଷ୍ଟେସନ୍‌ ନିଆଯାଉଥିବା ଏହି ଆନ୍ଦୋଳନକାରୀମାନେ ନିଜେ ଟ୍ୱିଟ୍‌ କରି ଜଣାଇଛନ୍ତି।

ଡିସିପି ମଧୁର ବର୍ମା ଏହି ପ୍ରସଙ୍ଗରେ କହିଛନ୍ତି, ଦିଲ୍ଲୀ ପୁଲିସ୍‌ ଆଇନର ଧାରା ୬୫ ଅନୁଯାୟୀ ଏହି ମହିଳାମାନଙ୍କୁ ଗିରଫ କରାଯାଇଛି। ସୁପ୍ରିମ୍‌କୋର୍ଟ ବାହାରେ ୧୪୪ ଧାରା ଲାଗିଥିବାବେଳେ ସେମାନେ ସେଠାରେ ଆନ୍ଦୋଳନ କରୁଥିବାରୁ ସେମାନଙ୍କୁ ଅଟକ ରଖାଯାଇଛି। ପରେ ସେମାନଙ୍କୁ ଛାଡ଼ିଦିଆଯିବ ବୋଲି ଏହି ପୁଲିସ୍‌ ଅଧିକାରୀ କହିଛନ୍ତି।

ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ କହିଛନ୍ତି, ସକାଳ ୧୦.୪୫ ପରଠାରୁ ମୋଟ ୫୨ ମହିଳା ଏବଂ ୩ ଜଣ ମହିଳାଙ୍କୁ ଅଟକ ରଖାଗଲାଣି। ପୁଲିସ୍‌ ପକ୍ଷରୁ କୁହାଯାଇଛି ଉପରୁ ନିର୍ଦ୍ଦେଶ ଆସିଲେ ସେମାନଙ୍କୁ ଛାଡ଼ିଦିଆଯିବ। ସେ ଟ୍ୱିଟ୍‌ କରି କହିଥିଲେ, ତାହାଲେ ଯୌନ ନିର୍ଯାତନା ମାମଲାରେ ସିଜଆଆଇଙ୍କୁ ଆଭ୍ୟନ୍ତରୀଣ ତଦନ୍ତ କମିଟିରେ ଥିବା ତାଙ୍କ ସହକର୍ମୀ କ୍ଲିନ୍‌ଚିଟ୍‌ ଦେବା ବିରୋଧରେ ସୁପ୍ରିମ୍‌କୋର୍ଟ ବାହାରେ ଶାନ୍ତିପୂର୍ଣ୍ଣ ଭାବରେ ପ୍ଲାକାର୍ଡ ଧରି ବିରୋଧ କରୁଥିବା ମହିଳାଙ୍କୁ ଗିରଫ କରି ଥାନାକୁ ନିଆଯାଇଛି। ବିରୋଧ କରିବାର ସାମ୍ବିଧାନିକ ଅଧିକାର କ’ଣ ସୁପ୍ରିମ୍‌କୋର୍ଟ କ୍ଷେତ୍ରରେ ଲାଗୁ ହୁଏନି କି?

ସୂଚନାଯୋଗ୍ୟ ଯେ, ସୋମବାର ଆଭ୍ୟନ୍ତରୀଣ ତଦନ୍ତ କମିଟି ସିଜେଆଇ ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କୁ କ୍ଲିନ୍‌ଚିଟ୍‌ ଦେବା ସହ ଅଭିଯୋଗକୁ ଭିତ୍ତିହୀନ କହିଥିଲେ। ଏହାର ତଦନ୍ତ ପ୍ରକ୍ରିୟାକୁ ନେଇ ବେଶ୍‌ ସମାଲୋଚନା କରାଯାଉଥିବାବେଳେ ତଦନ୍ତର ରିପୋର୍ଟ ସାର୍ବଜନୀନ କରାଯିବନାହିଁ ବୋଲି କୁହାଯାଇଥିଲା। ଏହି କମିଟିରେ ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍ ଏ ବୋବ୍‌ଡେ, ଜଷ୍ଟିସ୍‌ ଇନ୍ଦିରା ବାନାର୍ଜୀ ଏବଂ ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରା ସଦସ୍ୟ ଅଛନ୍ତି।

୩ ଦିନ ଧରି ଅଭିଯୋଗ ଆଣିଥିବା ମହିଳାଙ୍କର ବୟାନ ରେକର୍ଡ କରାଯାଇଥିଲା। ଏହାପରେ ମହିଳା ଜଣକ ବିଭିନ୍ନ କାରଣ ଦର୍ଶାଇବା ସହ ଏହି କମିଟି ତାଙ୍କୁ ନ୍ୟାୟ ଦେଇପାରିବନି କହି ତଦନ୍ତ ପ୍ରକ୍ରିୟାରୁ ଓହରି ଯାଇଥିଲେ । ତାଙ୍କ ଅଶିନଗତ ସହାୟତା ପାଇଁ କେହି ଓକିଲ ବା ଅନ୍ୟ କାହାର ଉପସ୍ଥିତିକୁ ଅନୁମତି ନମିଳିବା ତନ୍ମଧ୍ୟରୁ ଗୋଟିଏ କାରଣ ଥିଲା। ଏତଦ୍‌ବ୍ୟତୀତ ସେ କମିଟିର ପରିବେଶ ଅସ୍ୱସ୍ଥିକର ବୋଲି କହିଥିଲେ। ସେ କହିଥିଲେ ତାଙ୍କୁ ବାରମ୍ବାର ପଚରାଯାଉଥିଲା ଏତେ ଡେରିରେ କାହିଁକି ଅଭିଯୋଗ ଆଣିଲେ।

ତେବେ ପ୍ୟାନେଲ ଏହି ଅଭିଯୋଗରେ କୌଣସି ଆଧାର ନଥିବା କହି ସିଜେଆଇଙ୍କୁ କ୍ଲିନ୍‌ଚିଟ୍‌ ଦେବାପରେ ମହିଳା ଜଣଙ୍କ ପ୍ରଥମ ପ୍ରତିକ୍ରିୟାରେ କହିଥିଲେ, ମୁଁ ଯେଉଁକଥାକୁ ସବୁଠାରୁ ଅଧିକ ଭୟ କରୁଥିଲି ତାହା ଘଟିଲା। ଆଭ୍ୟନ୍ତରୀଣ ତଦନ୍ତ କମିଟି ଜଣେ ମହିଳା ନାଗରିକ ହିସାବରେ ମୋ ପ୍ରତି ଅନ୍ୟାୟ କରିଛି। ମୋ ଅଭିଯୋଗର କୌଣସି ଆଧାର ନଥିବା କହିବା ମୋତେ ଚିନ୍ତିତ ଏବଂ ବିଷର୍ଣ୍ଣ କରିଛି।



from Odisha Reporter http://bit.ly/2LrWcsw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages