ବାପା ମା’ଙ୍କ ଭୁଲ ପାଇଁ ଜଳିଗଲେ ଝିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 14, 2019

ବାପା ମା’ଙ୍କ ଭୁଲ ପାଇଁ ଜଳିଗଲେ ଝିଅ

ମୁମ୍ବାଇ: ଏକ ଦୁଃଖଦ ଘଟଣାକ୍ରମରେ ବାପାମା’ଙ୍କ ଭୁଲ ପାଇଁ ଜଣେ ୧୬ ବର୍ଷୀୟ ଝିଅ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଛି। ମୁମ୍ବାଇର ଦାଦ୍ରା ଠାରେ ଥିବା ଏକ ଘର ମଧ୍ୟରେ ଏଭଳି ଘଟଣା ଘଟିଛି। ଏଠାରେ ଥିବା ଏକ ଆପାର୍ଟମେଣ୍ଟରେ ଶ୍ରାବଣୀ ଚଭନ ନିଜ ବାପାମା’ଙ୍କ ସହ ରହୁଥିଲେ। ରବିବାର ଶ୍ରାବଣୀ ଶୋଇଥିବା ବେଳେ ବାହାର ପଟୁ ବାପାମା’ କବାଟ ଦେଇ ଏକ ବିବାହ ଉତ୍ସବକୁ ଚାଲି ଯାଇଥିଲେ। ସେମାନେ ଭାବିଥିଲେ ଶ୍ରାବଣୀ ତାଙ୍କ ରୁମରେ ରହି ପାଠ ପଢ଼ିବ। ତେବେ ଘରେ ହଠାତ୍‌ କୌଣସି କାରଣ ପାଇଁ ନିଆଁ ଲାଗିଯାଇଥିଲା। ସେ ବାହାରକୁ ଆସିବାକୁ ଚେଷ୍ଟା କରିଥିଲେ ହେଁ ରୁମ୍‌ଟି ବାହାର ପଟୁ ଲକ୍‌ ହୋଇଥିବାରୁ ସେ ଏଥିରେ ସଫଳ ହୋଇପାରି ନଥିଲେ।

ରବିବାର ରାତି ୧.୪୫ରେ ଶ୍ରାବଣୀ ରହୁଥିବା ଆପାର୍ଟମେଣ୍ଟର ତୃତୀୟ ମହଲାରେ ନିଆଁ ଲାଗିଥିଲା। ରବିବାର ହୋଇଥିବାରୁ ଏହି ମହଲାରେ ଆଉ କୌଣସି ଲୋକ ନଥିଲେ। ଫଳରେ ଶ୍ରାବଣୀ ସାହାଯ୍ୟ ପାଇଁ ବିକଳ ହୋଇ ଯେତେ ଚିତ୍କାର କରିଥିଲେ ହେଁ ତାଙ୍କ ସ୍ୱର କାହାକୁ ଶୁଭି ନଥିଲା। ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇବା ପରେ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ଶ୍ରାବଣୀଙ୍କୁ ନିକଟସ୍ଥ ହସ୍ପିଟାଲ୍‌କୁ ନିଆ ଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।



from Odisha Reporter http://bit.ly/2LGhyCv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages