ରାତି ପାହିଲେ ଶେଷ ପର୍ଯ୍ୟାୟ ଭୋଟ୍‌, ସିଲ୍‌ ହେବ ମୋଦିଙ୍କ ଭାଗ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ରାତି ପାହିଲେ ଶେଷ ପର୍ଯ୍ୟାୟ ଭୋଟ୍‌, ସିଲ୍‌ ହେବ ମୋଦିଙ୍କ ଭାଗ୍ୟ

ନୂଆଦିଲ୍ଲୀ: ରାତି ପାହିଲେ ୨୦୧୯ ମହାଯୁଦ୍ଧର ଶେଷ ତଥା ସପ୍ତମ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ହେବ। ଆସନ୍ତାକାଲି ଦେଶର ୮ ରାଜ୍ୟର ୫୯ ଲୋକସଭା ଆସନ ଲାଗି ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୯୧୮ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ୍‌ ଗ୍ରହଣ ପରେ ଇଭିଏମରେ ସିଲ ହୋଇଯିବ।

ତେବେ ଅନ୍ତିମ ପର୍ଯ୍ୟାୟ ନାସରୁଣୁ ସବୁ ଦଳ ଦେଶରେ ପରବର୍ତ୍ତୀ ସରକାର ଗଢ଼ିବେ ବୋଲି ଏବେ ଠାରୁ ଦମ୍ଭୋକ୍ତି କରିବା ଆରମ୍ଭ କରିଛନ୍ତି। କିନ୍ତୁ ଅସଲି ଫଳାଫଳ ଆସନ୍ତା ୨୩ ତାରିଖରେ ପ୍ରକାଶ ପାଇବ। ତା’ ପୂର୍ବରୁ ଆସନ୍ତାକାଲି ସନ୍ଧ୍ୟାରେ ଏକଜିଟ୍‌ ପୋଲ୍‌ ଫଳାଫଳ ସାମ୍ନାକୁ ଆସିବ।

ଆସନ୍ତାକାଲି ଭୋଟ ଗ୍ରହଣ ହେବାକୁ ଥିବା ରାଜ୍ୟ ଗୁଡ଼ିକ ମଧ୍ୟରେ ପଶ୍ଚିମବଙ୍ଗ ରହିଛି। ଏଠାରେ ଗୋଟିଏ ଦିନ ଆଗରୁ ପ୍ରଚାର ବନ୍ଦ ହୋଇଥିବାରୁ ଦେଶବାସୀଙ୍କ ନଜର ଆସନ୍ତାକାଲି ରାଜ୍ୟରେ ଭୋଟ ଗ୍ରହଣ ହେବାକୁ ଥିବା ୯ଟି ଯାକ ଲୋକସଭା ଆସନ ଉପରେ ରହିବ। ସେହିପରି ଉତ୍ତରପ୍ରଦେଶ ଓ ପଞ୍ଜାବର ୧୩ ଲେଖାଏ, ମଧ୍ୟପ୍ରଦେଶ ଓ ବିହାରର ୮ଟି , ହିମାଚଳ ପ୍ରଦେଶର ୪, ଝାରଖଣ୍ଡର ୩ ଓ ଚଣ୍ଡିଗଡ଼ ଗୋଟିଏ ଆସନ ପାଇଁ ଲୋକମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ।

ଆସନ୍ତାକାଲି ନିର୍ବାଚନରେ ୯୧୮ ପ୍ରାର୍ଥୀଙ୍କ ଭାଗ୍ୟ ପ୍ରାୟ ୬ କୋଟିରୁ ଅଧିକ ଭୋଟର ନିର୍ଦ୍ଧାରଣ କରିବେ। ଏହି ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରୀୟ ମନ୍ତ୍ରୀଙ୍କ ସମେତ ବିଭିନ୍ନ ଦଳର ୨୪ ସାଂସଦ। ତେବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରଣାସୀ ଆସନ। ଏଠାରେ ମୋଦିଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସର ଅଜୟ ରାୟ ଓ ଏସ୍‌ପି-ବିଏସ୍‌ପି ମେଣ୍ଟର ଶାଳିନୀ ଯାଦବ। ସେହିପରି ଉତ୍ତର ପ୍ରଦେଶର ଗାଜିପୁର ଆସନରେ କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଓ ମିର୍ଜାପୁର ଲୋକସଭା ଆସନରୁ କେନ୍ଦ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ, ଅମୃତସରରୁ ହରିଦୀପ ସିଂହ ପୁରୀ, ବିହାର ଆରାରୁ ଅଶୋକ ସିଂହଙ୍କ ଭାଗ୍ୟ ଆସିନ୍ତାକାଲି ପରୀକ୍ଷା ହେବ।

ସେହିପରି ଅନ୍ୟତମ ହାଇ ପ୍ରୋଫାଇଲ ସିଟ ହେଉଛି ବିହାରର ପାଟନାସାହିବ। ଏଠାରେ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିବା ଶତ୍ରୁଘନ ସିହ୍ନାଙ୍କ ମୁକାବିଲା କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ସହ ହେଉଛି। ଅପରପକ୍ଷେ, ବିହାରର ପାଟଳୀପୁତ୍ରରୁ ବିଜେପି ପ୍ରାର୍ଥୀ ରାମ କୃପାଲ ଯାଦବ ଏବଂ ସାସାରାମ ଆସନରୁ କଂଗ୍ରେସ ପ୍ରାର୍ଥୀ ମୀରା କୁମାର, ପଞ୍ଜାବ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲ, ତାଙ୍କ ପତ୍ନୀ ତଥା କେନ୍ଦ୍ର ମନ୍ତ୍ରୀ ହରସିମ୍ରତ କୌର, ଗୁରୁଦାସପୁର ଆସନରେ ବିଜେପିରେ ସାମିଲ ହୋଇଥିବା ଅଭିନେତା ସନ୍ନି ଦେଓଲଙ୍କର ଭାଗ୍ୟ ଆସନ୍ତାକାଲି ଭୋଟର ନିର୍ଦ୍ଧାରଣ କରିବେ। ସେହିପରି ଇଭିଏମରେ ସିଲ୍ ହେବାକୁ ଥିବା ଅନ୍ୟତମ ପ୍ରମୁଖ ପ୍ରାର୍ଥୀଙ୍କ ଭିତରେ ଅଛନ୍ତି ବିଜେପି ପ୍ରାର୍ଥୀ କିରନ ଖେର ଓ କଂଗ୍ରେସର ପଓ୍ୱନ ବଂଶଲ। ଏମାନଙ୍କ ଲଢ଼େଇ ଚଣ୍ଡିଗଡ଼ରେ ହେଉଛି।



from Odisha Reporter http://bit.ly/2w313pm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages