ଦୋଷୀ ଦଣ୍ଡ ନ ପାଇଲେ ଆତ୍ମହତ୍ୟା କରିବି: ଅଲ୍‌ୱାର ପୀଡ଼ିତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ଦୋଷୀ ଦଣ୍ଡ ନ ପାଇଲେ ଆତ୍ମହତ୍ୟା କରିବି: ଅଲ୍‌ୱାର ପୀଡ଼ିତା

ଜୟପୁର: ଦୋଷୀ ଦଣ୍ଡ ନପାଇଲେ ସେ ଆତ୍ମହତ୍ୟା କରିବେ ବୋଲି ରାଜସ୍ଥାନର ଅଲୱାର ଗଣଦୁଷ୍କର୍ମ ପୀଡ଼ିତା ଆଜି ସରକାରଙ୍କୁ ଧମକ ଦେଇଛନ୍ତି। ତାଙ୍କ ମା’ ମଧ୍ୟ ସମାନ କଥା କହି ଧମକାଇଛନ୍ତି। ଅଭିଯୋଗ ଅନୁଯାୟୀ, ପୀଡ଼ିତା ଅଲୱାରସ୍ଥିତ ତାଙ୍କ ମାମୁ ଘରକୁ ଛୁଟିରେ ଯାଇଥିଲେ। ତାଙ୍କୁ ୩ ଜଣ ଯୁବକ ନିକଟସ୍ଥ ଏକ ସ୍କୁଲକୁ ଟେକିନେବା ପରେ ଗଣଦୁଷ୍କର୍ମ କରିଥିଲେ। ଏହି ଘଟଣା ଘଟାଇ ସେମାନେ ବାଇକ୍‌ରେ ଚାଲିଯାଇଥିଲେ।

ଘଟଣା ପରେ ଜଣେ ଅଭିଯୁକ୍ତକୁ ପିଟିପିଟି ମାରିଦିଆଯାଇଥିବାବେଳେ ଅନ୍ୟ ୨ ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିସାରିଛି। ଏଫ୍‌ଆଇଆର ଦେବାପରେ ପୀଡ଼ିତା ଧାରା ୧୬୪ ଅନୁଯାୟୀ କୋର୍ଟରେ ବୟାନ ଦେଇସାରିଛନ୍ତି। ସେ ଗଣମାଧ୍ୟମକୁ କହିଛନ୍ତି, ନା ମୁଁ ସେମାନଙ୍କୁ ଜାଣିନି। ମୁଁ ଘରକୁ ମା ଏବଂ ମାଇଁଙ୍କ ସହାୟତାରେ ଆସିଥିଲି। ସେମାନଙ୍କୁ ନିଶ୍ଚୟ ଦଣ୍ଡ ମିଳିବା ଦରକାର। ଯଦି ଦଣ୍ଡ ନ ମିଳେ ତା’ହେଲେ ମୁଁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବି। ମୁଁ ଚାହେଁ ସେମାନେ ଦଣ୍ଡ ପାଆନ୍ତୁ।

ସେ କହିଥିଲେ, ମୁଁ ଖସି ପଳାଇବାକୁ ଚେଷ୍ଟା କରିବା ସମୟରେ ସେମାନେ ପଛଆଡ଼ୁ ଆସି ମୋ ପାଟିରେ ରୁମାଲ ଭର୍ତ୍ତି କରିଦେଇ ଥିଲେ। ତଥାପି ମୁଁ ଚିଲାଇବାରୁ ମୋ ମା ଏବଂ ମାଇଁ ଆସିଥିଲେ। ସେମାନଙ୍କୁ ଆସିବା ଦେଖି ୩ ଜଣ ଦୁଷ୍କର୍ମକାରୀ ଖସି ପଳାଇଥିଲେ।

ପୁଲିସ୍ କହିଛି, ଜଣେ ନାବାଳକ ଅଭିଯୁକ୍ତକୁ ଧାରୁଆ ଅସ୍ତ୍ରରେ ହଣାଯିବା ସହ ପିଟିପିଟି ମାରଦିଆଯାଇଥିଲା। ତା’ର ମୃତଦେହ ଦୁଷ୍କର୍ମ ହୋଇଥିବା ଘଟଣାସ୍ଥଳଠାରୁ ୧୨ କିମି ଦୂର ଏକ ସ୍ଥାନରୁ ମିଳିଥିଲା। ପୀଡ଼ିତାଙ୍କ ମା’ ଦାବି କରିଛନ୍ତି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ, ଫଳରେ ଭବିଷ୍ୟତରେ କେହି ଏପରି କାମ କରିବେ ନାହିଁ। ପୁଲିସ୍‌ ଉଭୟ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ପୃଥକ ମାମଲା ରୁଜୁ କରି ତଦନ୍ତ କରୁଛି।



from Odisha Reporter http://bit.ly/2Qe0vGC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages