
ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦଳ ଛାଡ଼ିବେ ଦିଲ୍ଲୀ ଚାନ୍ଦିନୀଚୌକ ବିଧାନସଭା ଆସନର ବିଧାୟକ ଅଲକା ଲାମ୍ୱା। ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏହାପରେ ଆଜି ଆପ୍ ବିଧାୟକଙ୍କ ଅଫିସିଆଲ ହ୍ୱାଟସଆପ୍ ଗ୍ରୁପରୁ ତାଙ୍କୁ ହଟାଇ ଦିଆଯାଇଥିବା ସୂଚନା ରହିଛି।
୨୦୧୩ରେ ‘ଆପ’ରେ ଯୋଗ ଦେଇଥିବା ଏହି ନେତା ୨୦୨୦ରେ ଦଳ ଛାଡ଼ିବେ ବୋଲି ନିଜର ଟ୍ୱିଟର ହ୍ୟାଣ୍ଡଲରେ ପୋଷ୍ଟ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କର କାର୍ଯ୍ୟକୁ ଦଳର ନେତା ଓ କର୍ମୀ ମନେ ରଖିବେ ବୋଲି ସେ କହିଛନ୍ତି। ତେବେ ସେ ଆଗାମୀ ବର୍ଷ ଫେବୃଆରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ ସେ ଦଳ ଛାଡ଼ିବେ କିମ୍ବା ତା’ପୂର୍ବରୁ ଛାଡ଼ିବେ, ସେ ନେଇ ଅଲକା ସ୍ପଷ୍ଟ କରି ନାହାନ୍ତି।
ସୂଚନାଯୋଗ୍ୟ ଯେ ଦଳର ନେତୃତ୍ୱକୁ ବାରମ୍ୱାର ସମାଲୋଚନା କରି ଚାନ୍ଦିନୀଚୌକର ଏହି ବିଧାୟକ ଏବେ ଦଳରେ ଏକ ଘରିକିଆ ହୋଇଯାଇଛନ୍ତି। ଚଳିତ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ସମସ୍ତ ଲୋକସଭା ଆସନରେ ହାରିବା ପରେ ମୁଖ୍ୟମନ୍ତ୍ରୀ ତଥା ‘ଆପ’ର ମୁଖ୍ୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ସମାଲୋଚନା କରିଥିଲେ ଅଲକା।
from Odisha Reporter http://bit.ly/2wu4c1T
No comments:
Post a Comment