କ’ଣ ଏହି କାନ୍‌ ଫେଷ୍ଟିଭାଲ, ଏଠାରେ ଭାରତୀୟ ଅଭିନେତ୍ରୀଙ୍କ ଭୂମିକା କ’ଣ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

କ’ଣ ଏହି କାନ୍‌ ଫେଷ୍ଟିଭାଲ, ଏଠାରେ ଭାରତୀୟ ଅଭିନେତ୍ରୀଙ୍କ ଭୂମିକା କ’ଣ ?

ମୁମ୍ୱାଇ:  ଚଳିତବର୍ଷ ଫ୍ରାନ୍ସରେ ୭୨ତମ କାନ୍‌ ଫେଷ୍ଟିଭାଲ ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ୧୧ ଦିନ ଧରି ଏହି ଫେଷ୍ଟିଭାଲ ଚାଲୁ ରହିବ। ସବୁ ବର୍ଷ ପରି ଏଥର ମଧ୍ୟ ଏହି ଫେଷ୍ଟିଭାଲର ମୁଖ୍ୟ ଆକର୍ଷଣ ସାଜିବ ଅଭିନେତ୍ରୀଙ୍କ ରେଡ କାର୍ପେଟ ଲୁକ୍‌। ହେଲେ ଆପଣ କେବେ ଭାବିଛନ୍ତି, ବଲିଉଡ୍ ନାୟିକା ଐଶ୍ୱର୍ଯ୍ୟା ରାୟ ବଚ୍ଚନ,ସୋନମ୍ କପୁର ଏବଂ ଦୀପିକା ପାଦୁକୋନ ପ୍ରମୁଖ ପ୍ରତି ବର୍ଷ କ’ଣ ପାଇଁ ଏହି ପେଷ୍ଟିଭାଲରେ ସାମିଲ ହୁଅନ୍ତି। ସବୁବେଳେ ଏହି ଫେଷ୍ଟିଭାଲରେ ସେମାନଙ୍କ ଫିଲ୍ମର ତ ପ୍ରମୋସନ୍ କରାଯାଏ ନାହିଁ । ତଥାପି ଏମାନେ କାହିଁକି କାନ୍‌ ଫେଷ୍ଟିଭାଲରେ ଦାମୀ ପୋଷାକ ପିନ୍ଧି ରେଡ୍ କାର୍ପେଟରେ ଚାଲନ୍ତି? ଯଦି ଜାଣିନାହାନ୍ତି ତେବେ ଏହି ରିପୋର୍ଟ ଉପରେ ନଜର ପକାନ୍ତୁ ।

 

ପ୍ରଥମେ ଜାଣନ୍ତୁ କାନ୍ସ ଫେଷ୍ଟିଭାଲ କ’ଣ ?

ପ୍ରଥମେ ଜାଣିବା କାନ୍ସ ଫେଷ୍ଟିଭାଲ କ’ଣ । ଏହା ଏକ ଫିଲ୍ମି ଫେଷ୍ଟ ତଥା ଫିଲ୍ମି ମେଳା ଅଟେ। ଏଠାରେ ଦୁନିଆର ଭିନ୍ନ ଭିନ୍ନ ଦେଶ ଓ ଭାଷାର ଫିଲ୍ମ ଓ ଡକ୍ୟୁମେଣ୍ଟ ପ୍ରଦର୍ଶୀତ  ହୁଏ। ଏଥିସହ ଅନ୍ୟ କାର୍ଯ୍ୟକ୍ରମ ମଧ୍ୟ ଏଠାରେ ହୋଇଥାଏ। ଯେପରି ରେଡ କାର୍ପେଟରେ ଚାଲିବା ଏହି ଫେଷ୍ଟିଭାଲର ମୁଖ୍ୟ ଆକର୍ଷଣ। ଏହାବ୍ୟତୀତ ବେଷ୍ଟ ଫିଲ୍ମମାନଙ୍କୁ ଆୱାର୍ଡ ପ୍ରଦାନ କରାଯାଏ। ଚଳିତ ବର୍ଷ କିନ୍ତୁ ଭାରତର କୌଣସି ଫିଲ୍ମ ଏହି ଫେଷ୍ଟିଭାଲରେ ପ୍ରଦର୍ଶୀତ ହେଉ ନାହିଁ।

 ଏଠାରେ ଭାରତୀୟ ହିରୋଇନଙ୍କ ଭୂମିକା କ’ଣ ?

ଭାରତୀୟ ହିରୋଇନମାନଙ୍କର ଏଠାରେ ସେପରି କିଛି ଭୂମିକା ନ ଥାଏ। ସେମାନେ ନିଜ ନିଜ ବ୍ରାଣ୍ଡର ପ୍ରମୋସନ କରିବା ଲାଗି ଏହି ଫେଷ୍ଟିଭାଲରେ ସାମିଲ ହୁଅନ୍ତି। ରେଡ କାର୍ପେଟରେ ଚାଲନ୍ତି। ଜାତୀୟ, ଅନ୍ତର୍ଜାତୀୟ ମିଡ଼ିଆ ତାଙ୍କ ଫଟୋ ଉଠାନ୍ତି ଓ ଏହି ଫଟୋ ଭାଇରାଲ ହୁଏ।  ଏହି ଅବସରରେ ଦେଶ ବିଦେଶର ଫିଲ୍ମ ନିର୍ମାତା, ନିର୍ଦ୍ଦେଶକଙ୍କ ସହ ମଧ୍ୟ ସେମାନେ ବାର୍ତ୍ତାଳାପ କରିଥାନ୍ତି।

ବହୁ ସମୟରେ ଏହି ଫେଷ୍ଟିଭାଲରେ ଯୋଗ ଦେଉଥିବା ଅଭିନେତ୍ରୀମାନେ ‘ଫ୍ୟାଶନ ଫର ରିଲିଫ’ ମାଧ୍ୟମରେ ପର୍ଯ୍ୟାବରଣ ଓ ମାନବୀୟ କାରଣ ଲାଗି ଫଣ୍ଡ ମଧ୍ୟ ଜମା କରିଥାନ୍ତି। ଏଥିରୁ ସଂଗୃହୀତ ପାଣ୍ଠିକୁ ଅନ୍ତଃରାଷ୍ଟ୍ରୀୟ ଚାରିଟେବୁଲ ସଙ୍ଗଠନକୁ ଦିଆଯାଇଥାଏ। ବିଭିନ୍ନ ଦେଶରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ତଥା ମୌଳିକ ଅଧିକାରରୁ ବଞ୍ଚିତ ହେଉଥିବା ଲୋକଙ୍କ ଉନ୍ନତି ନିମନ୍ତେ ଏହି ଅର୍ଥ ଖର୍ଚ୍ଚ କରାଯାଏ।

କିଏ କରେ ସ୍ପନସର ?

ଆପଣ ଦେଖିଥିବେ ଏହି ଫେଷ୍ଟିଭାଲରୁ ଭାରତୀୟ ହିରୋଇନମାନଙ୍କର ବହୁ ଗ୍ଲାମରସ୍‌ ଲୁକ୍‌  ଭାଇରାଲ ହୋଇଥାଏ। କିଏ ପ୍ରଶଂସା ସାଉଣ୍ଟିଥାଏ ତ କିଏ ହୋଇଥାଏ ଟ୍ରଲ୍‌। ହେଲେ ଜାଣିଛନ୍ତି, ଏହି ଭାରତୀୟ ହିରୋଇନଙ୍କୁ କିଏ କରିଥାଏ ସ୍ପନସର। ଇଣ୍ଟରନ୍ୟାସନାଲ କସମେଟିକ୍‌ ବ୍ରାଣ୍ଡ ଲୋରିୟଲ ପ୍ୟାରିସ୍ ବହୁ ବର୍ଷ ହେଲା କାନ୍‌ ଫିଲ୍ମ ଫେଷ୍ଟିଭାଲର ବ୍ୟୁଟି ପାର୍ଟନର ଅଛି। ଭାରତରୁ ଐଶ୍ଚର୍ଯ୍ୟା ଓ ସୋନମ ଓ ଦୀପିକା ଏହାର ବ୍ରାଣ୍ଡ ଆମ୍ୱାସଡ଼ାର ଅଟନ୍ତି। କଙ୍ଗନା  ଅନ୍ୟ ଏକ ବ୍ରାଣ୍ଡ ତରଫରୁ କାନ୍‌ ଯାଇଛନ୍ତି, ଯିଏ  ମଧ୍ୟ ଏହି ଫେଷ୍ଟିଭାଲର ସ୍ପନସର୍‌ ଅଛି।

ତେଣୁ ଏହି ହିରୋଇନମାନଙ୍କୁ କାନ୍‌ ତରଫରୁ ନୁହେଁ, ନିଜ ନିଜ ବ୍ରାଣ୍ଡ ତରଫରୁ ଏଠାରେ ସାମିଲ ହେବାକୁ ଆମନ୍ତ୍ରୀତ କରାଯାଇଥାଏ।  ସେମାନେ ସେଠାରେ ନିଜ ନିଜ ବ୍ରାଣ୍ଡକୁ ପ୍ରମୋଟ କରିଥାନ୍ତି। ସେମାନଙ୍କ ରେଡ କାର୍ପେଟ ଫଟୋ ସହ କାନ୍‌ର ମୁଖ୍ୟ ଫେଷ୍ଟିଭାଲ ତଥା ସେଠାରେ ହେଉଥିବା ଫିଲ୍ମ ପ୍ରତିଯୋଗିତା ମଧ୍ୟରେ କିଛି ସମ୍ପର୍କ ନ ଥାଏ।



from Odisha Reporter http://bit.ly/2Yszlyk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages