ନଟରାଜ୍ ବାହା ହେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 15, 2019

ନଟରାଜ୍ ବାହା ହେଲେ

marriage

ଭୁବନେଶ୍ୱର (ନିରଞ୍ଜନ ରେଡ୍ଡୀ): ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହେଲେ ଓଡ଼ିଆ କ୍ରିକେଟ୍‌ର ନଟରାଜ୍‌ ବେହେରା। ନିଜ ପ୍ରେମିକା ତଥା ବେଙ୍ଗାଲୁରୁରେ କାର୍ଯ୍ୟରତ ଆଇଟି ପ୍ରଫେସନାଲ୍ ଶୁଭଲକ୍ଷ୍ମୀ ଶତପଥୀଙ୍କୁ ସେ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି।

nataraj1ଏପ୍ରିଲ୍‌ ୯ ତାରିଖରେ ବେଙ୍ଗାଲୁରୁରେ ତାଙ୍କ ବାହାଘର ହୋଇଥିଲା। ଏ ବାହାଘର ବେଶ୍ ଗୋପନୀୟ ଭାବେ ହୋଇଥିଲା। ପ୍ରାୟତଃ କେହି ତାଙ୍କ ବାହାଘର ବିଷୟରେ ଜାଣି ପାରି ନଥିଲେ। ତେବେ ଏବେ ତାଙ୍କ ବାହାଘରର କିଛି ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି।

nataraj2ନଟରାଜଙ୍କ ପତ୍ନୀ ଶୁଭଲକ୍ଷ୍ମୀ ହେଉଛନ୍ତି, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ କାର୍ଯ୍ୟରତ ସୁବ୍ରତ ଶତପଥୀ ଏବଂ ତ୍ରିଦେବୀ ଶତପଥୀଙ୍କ ଝିଅ।

nataraj4ନଟରାଜ୍‌ ବି ରାଉରକେଲାର ପିଲା। ୧୯୮୮ ମସିହା ମେ’ ୨୮ ତାରିଖରେ ସେ ରାଉରକେଲାରେ ଜନ୍ମ ହୋଇଥିଲେ। ସେ ଓଡ଼ିଶା ରଣଜୀ ଟିମ୍‌ର ନେତୃତ୍ୱ ମଧ୍ୟ ନେଇଛନ୍ତି।

nataraj5ନଟରାଜ୍‌ଙ୍କ ନେତୃତ୍ୱରେ ଇଷ୍ଟ୍ ଜୋନ୍ ଦୁଇ ଥର ଦୁଲୀପ୍ ଟ୍ରଫି ଜିତି ଥିଲା। ୨୦୧୧-୧୨ରେ ତାଙ୍କ ନେତୃତ୍ୱରେ ଇଷ୍ଟ୍ ଜୋନ୍ ପ୍ରଥମ ଥର ପାଇଁ ସେଣ୍ଟ୍ରାଲ୍ ଜୋନ୍‌କୁ ହରାଇ ଏହି ଟ୍ରଫି ହାତେଇ ଥିଲା। ତା’ପର ବର୍ଷ ଇଷ୍ଟ୍‌ ଜୋନ୍ ପୁଣି ଥରେ ଏହି ଟ୍ରଫି ଜିତିଥିଲା। ସେଥର ଦଳ ୱେଷ୍ଟ୍ ଜୋନ୍‌କୁ ହରାଇଥିଲା।



from Odisha Reporter http://bit.ly/2HmVXLd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages