
ଶ୍ରୀନଗର: ଜମ୍ମୁ କଶ୍ମୀର ପୁଲଓ୍ୱାମା ଜିଲ୍ଲାରେ ଆଜି ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ୩ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ଏବଂ ଜଣେ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି।
ମୃତ ୩ ଆତଙ୍କବାଦୀଙ୍କ ମଧ୍ୟରୁ ନସିର ପଣ୍ଡିତ୍, ଉମର ମୀର ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ଅନ୍ୟଜଣେ ଖିଲାଦୀ ଭାଇ ପାକିସ୍ତାନର ଜଣାପଡ଼ିଛି। ଖିଲାଦି ଜୈଶ-ଏ-ମହମ୍ମଦ ସଂଗଠନର କମାଣ୍ଡର ବୋଲି ଜଣାପଡ଼ିଛି। ୨୦୧୭ରେ ସିଆରପିଏଫ କ୍ୟାମ୍ପ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଖିଲାଦି ମାଷ୍ଟର ମାଇଣ୍ଡ ଥିଲା। ଲେଥୋପରାରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଥିଲେ।
ସେହିପରି ଆତଙ୍କବାଦୀଙ୍କ ଗୁଳିରେ ସ୍ଥାନୀୟ ବାସିନ୍ଦା ରୟିସ ଅହମ୍ମଦ ଡର ପ୍ରାଣ ହରାଇଥିବା ବେଳେ ତାଙ୍କ ଭାଇ ମହମ୍ମଦ ୟୁନିସ ଆହତ ହୋଇଥିବା ସୂଚନା ରହିଛି।
ଆଜି ସକାଳେ ପୁଲଓ୍ୱାମା ଜିଲ୍ଲାରେ ଥିବା ଡଲିପୋରାରେ ଆତଙ୍କବାଦୀ ଗୋଟିଏ ଘରେ ଲୁଚି ରହିଥିବା ନେଇ ସୂଚନା ମିଳିଥିଲା। ଏହାପରେ ସିଆରପିଏଫ, ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ମିଳିତ ଭାବରେ ସଂପୃକ୍ତ ଅଞ୍ଚଳକୁ ଘେରି ଯାଇ ସର୍ଚ୍ଚ ଅପରେସନ କରିଥିଲେ। ଏହାପରେ ପୁଲଓ୍ୱାମା ସହରରେ କର୍ଫ୍ୟୁ ଜାରି କରାଯାଇଥିବା ବେଳେ ସାମୟିକ ମୋବାଇଲ ଇଣ୍ଟରନେଟ୍ ସେବା ଉପରେ ରୋକ୍ ଲଗାଯାଇଛି।
from Odisha Reporter http://bit.ly/2WMHv4m
No comments:
Post a Comment