
ଅହମଦାବାଦ: ଗୁଜରାଟ୍ର ଅହମଦାବାଦରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ପୌରାଞ୍ଚଳର ଅଧୀନରେ ଥିବା ୱାଟର୍ ଡ୍ରେନ୍ ପମ୍ପିଂ ଷ୍ଟେସନ୍ର ପାଇପ୍ ସଫା କରୁଥିବା ବେଳେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ନିୟମ ଅନୁଯାୟୀ, ୱାଟର୍ ଡ୍ରେନ୍ ପମ୍ପିଂ ଷ୍ଟେସନ୍ର ପାଇପ୍ ସଫା କରିବା ସମୟରେ ଶ୍ରମିକମାନେ ଏଥରୁ ନିର୍ଗତ ବିଷାକ୍ତ ଗ୍ୟାସରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ପୋଷାକ ପରିଧାନ କରନ୍ତି।
କିନ୍ତୁ ଗତକାଲି ୱାଟର୍ ଡ୍ରେନ୍ ପମ୍ପିଂ ଷ୍ଟେସନ୍ର ପାଇପ୍ ସଫା କରିବା ସମୟରେ ସମ୍ପୃକ୍ତ ଶ୍ରମିକମାନେ ନିଜର ସୁରକ୍ଷା ପାଇଁ କୌଣସି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି ନଥିଲେ। ଫଳରେ ସେମାନେ ପାଇପ୍ ସଫା କରିବା ସମୟରେ ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି।
ପୁଲିସ୍ ଏହି ଘଟଣାରେ ମାମଲା ରୁଜୁ କରିଛି। ପାଇପ୍ ସଫେଇ ଦାୟିତ୍ୱ ନେଇଥିବା କଣ୍ଟ୍ରାକ୍ଟର ଶ୍ରମିକମାନଙ୍କ ସୁରକ୍ଷା ପ୍ରତି ଅବହେଳା କରିଥିଲେ କି ନାହିଁ, ତା’ର ତଦନ୍ତ ପୁଲିସ୍ ଏବେ ଆରମ୍ଭ କରିଛି।
from Odisha Reporter http://bit.ly/2EjFipH
No comments:
Post a Comment