ପ୍ରକୃତି ଉପରେ ‘ଫୋନି’ର ଭୟଙ୍କର ଆକ୍ରମଣ: ମାଟିରେ ଲୋଟିଛି ବାଲୁଖଣ୍ଡର ଲକ୍ଷ ଲକ୍ଷ ମୂଲ୍ୟବାନ ବୃକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

ପ୍ରକୃତି ଉପରେ ‘ଫୋନି’ର ଭୟଙ୍କର ଆକ୍ରମଣ: ମାଟିରେ ଲୋଟିଛି ବାଲୁଖଣ୍ଡର ଲକ୍ଷ ଲକ୍ଷ ମୂଲ୍ୟବାନ ବୃକ୍ଷ

ପୁରୀ (ମଧୁସୂଦନ ମିଶ୍ର): ପ୍ରକୃତିଠାରୁ ଜନ୍ମ ନେଇଥିବା ଝଡ଼ବାତ୍ୟା ‘ଫୋନି’ ସବୁଠୁ ଅଧିକ ଛାରଖାର କରିଛି ସେହି ପ୍ରକୃତିର ସମ୍ଭାରକୁ। ଆମେ କହୁଛୁ ପୁରୀର ରକ୍ଷା କବଚ ବାଲୁଖଣ୍ଡ ଅଭୟାରଣ୍ୟ ଓ ସର୍ବଦା ମନ ଗହନକୁ ଉତ୍‌ଫୁଲ୍ଲିତ କରୁଥିବା ମନୋଲଭା ପୁରୀ-କୋଣାର୍କ ବେଳାଭୂମୀର କଥା। ପ୍ରକୃତିର ଏ ଦୁଇ ଗନ୍ତାଘର ଉପରେ ଗତ ଶୁକ୍ରବାର ଯେମିତି ଭୟଙ୍କର ଆକ୍ରମଣ କରିଛି ‘ଫୋନି’। ୬ ଘଣ୍ଟାରେ ଉଜାଡି ଦେଇଛି ୬ ଦଶନ୍ଧିର ସବୁଜିମା। ପ୍ରଳୟ ପରର ଚିତ୍ର ହୃଦୟ ବିଦାରକ ରହିଛି।

ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ ସାରି ଭକ୍ତଟିଏ ଯେତେବେଳେ ପର୍ଯ୍ୟଟକ ପାଲଟିଯାଏ, ମନ ତା’ର ଆପେ ଆପେ କୋଣାର୍କ ମୁହାଁ ହୋଇଯାଏ। ଆଉ ପୁରୀରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ମେରାଇନ୍ ଡ୍ରାଇଭରେ ବାଲୁଖଣ୍ଡ ଅଭୟାରଣ୍ୟ ଛାତି ଭିତର ଦେଇ ସୂର୍ଯ୍ୟ ମନ୍ଦିର ଅଭିମୁଖେ ଯିବାବେଳେ ତାକୁ ବିଭୋର କରିଦିଏ ଦୁଇ କଡ଼ର ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ। ହେଲେ ଗତ ୫ଦିନ ହେଲାଣି ଯେମିତି ସେ ମନଲୋଭା ରାସ୍ତାରେ ରାଜୁତି କରୁଛି ପ୍ରଳୟର ପଦଧ୍ୱନୀ। ଗତ ଶୁକ୍ରବାର ଆସିଥିବା ପ୍ରଳୟଙ୍କରୀ ଝଡ଼ବାତ୍ୟା ‘ଫୋନି’ ଠିକ୍ ଏହି ସ୍ଥାନ ଦେଇ ଅତିକ୍ରମ କରିବା ବେଳେ ଅଶାନ୍ତ ସମୁଦ୍ର ଛାଡ଼ି ଯାଇଥିବା ଜୁଆର ସାଙ୍ଗକୁ ଅପର୍ଯ୍ୟପ୍ତ ବାଲିରେ ପୋତି ପକାଇଛି କଳା ମଚ୍ ମଚ୍ ମେରାଇନ୍ ଡ୍ରାଇଭ୍ ରାସ୍ତାକୁ।

‘ଫୋନି’ ଗଲା ପରେ ଏବେ ଯୁଦ୍ଧକାଳୀନ ଭିତ୍ତିରେ ସଫା ଚାଲିଛି ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରାସ୍ତା। ପୁରୁଣା ଚମକ ଯେ ଏବେ ଫେରିବନି ତାହା ବି ସମସ୍ତଙ୍କୁ ଜଣା। ତେଣେ ବାତ୍ୟା ପରଠୁ ବି ଆଉ ପର୍ଯ୍ୟଟକ ଆସୁନାହାନ୍ତି କି ଆଗକୁ ମଧ୍ୟ ଏତେ ଆସିବେନି ବୋଲି ଜାଣିଗଲେଣି ରାସ୍ତା କଡ଼ରେ ଛୋଟ ମୋଟ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଉଥିବା ସ୍ଥାନୀୟ ବ୍ୟବସାୟୀ। ତଥାପି ଗ୍ରାହକଙ୍କ ଅପେକ୍ଷାରେ ସେମାନେ ବସୁଛନ୍ତି।

ଦିନେ ବାଲୁଖଣ୍ଡ ଅଭୟାରଣ୍ୟ ସବୁଜିମାରେ ପରିପୂର୍ଣ୍ଣ ଥିଲା। ମାତ୍ର ‘ଫୋନି’ ତାକୁ ଛାରଖାର କରି ଦେଇଛି। ଏବେ ଆଖି ପାହିଲା ପର୍ଯ୍ୟନ୍ତ କେବଳ ଥୁଣ୍ଟା ଆଉ ଭଙ୍ଗା ଗଛ ଦିଶୁଛି। ବିଶାଳ ଜଙ୍ଗଲ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇଛି। ଘଞ୍ଚ ଝାଉଁ ବଣ ମାଟିରେ ଲୋଟି ପଡିଛି। ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ନିମ୍ବ, କାଜୁ ଓ ଆମ୍ବ ଭଳି ବହୁ ପୁରୁଣା ଗଛ ଭଳି ପାଖାପାଖି ୮୦ ଲକ୍ଷ ଗଛ ଧରାଶାୟୀ ହୋଇଛନ୍ତି। ଅଭୟାରଣ୍ୟରେ ଥିବା ୪ ହଜାରରୁ ଅଧିକ ଚିତ୍ର ହରିଣଙ୍କ ସହ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ଅବସ୍ଥିତି ମଧ୍ୟ ସେତେଟା ଦୃଶ୍ୟମାନ ହେଉନାହିଁ। ତେବେ ବାତ୍ୟା ଦିନ ବେଳା ହୋଇଥିବାରୁ ହରିଣମାନଙ୍କ କ୍ଷତି ହୋଇନଥିବ ବୋଲି ଆଶା କରାଯାଉଛି।



from Odisha Reporter http://bit.ly/2Y7H7NW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages