ପାକିସ୍ତାନ ଟିମରେ ଯୋଗଦେଲେ ଆସିଫ୍ ଅଲୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 26, 2019

ପାକିସ୍ତାନ ଟିମରେ ଯୋଗଦେଲେ ଆସିଫ୍ ଅଲୀ

କରାଚୀ: ପାକିସ୍ତାନର ଟିମର ବ୍ୟାଟ୍ସମ୍ୟାନ୍ ଆସିଫ୍ ଅଲୀ ନିଜ ଝିଅର ଅନ୍ତିମ ସଂସ୍କାର ପରେ ପାକିସ୍ତାନ ଟିମ୍ ସହ ଯୋଗଦେଇଛନ୍ତି। ଶନିବାର ସେ ଇଂଲଣ୍ଡ ଅଭିମୁଖେ ଗସ୍ତ ଆରମ୍ଭ କରିଥିଲେ। ଏହା ପୂର୍ବରୁ ଇଂଲଣ୍ଡ ଗସ୍ତ ବେଳେ ଆସିଫ୍ ପାକିସ୍ତାନ ଟିମର ସଦସ୍ୟ ଥିଲେ, କିନ୍ତୁ ଗତ ରବିବାର ନିଜ ୧୯ ମାସର କନ୍ୟା ସନ୍ତାନ ଦୁଆ ଫାତିମାର ମୃତ୍ୟୁ ପରେ ସେ ପାକିସ୍ତାନ ଫେରିଯାଇଥିଲେ।

ବିଶ୍ୱକପ୍ ପାଇଁ ପାକିସ୍ତାନ ଟିମରେ ସାମିଲ୍ ଆସିଫ୍ ନିଜ କୁନି ଝିଅର ପରଲୋକ ସତ୍ତ୍ୱେ ବିଶ୍ୱକପ୍ ଖେଳିବେ। ଆସିଫଙ୍କ ଝିଅ କ୍ୟାନସରର ଚତୁର୍ଥ ଷ୍ଟେଜରେ ଥିଲେ, ଯାହାଙ୍କର ଆମେରିକାରେ ଚିକିତ୍ସା ଚାଲିଥିଲା ଏବଂ ସେହିଠାରେ ତାଙ୍କର ପରଲୋକ ହୋଇଥିଲା।

ଫାତିମାଙ୍କ ଅନ୍ତିମ କ୍ରିୟା ଗୁରୁବାର ଫଇସଲାବାଦାରେ ହୋଇଥିଲା। ଆସିଫ୍ ଟ୍ୱିଟ୍ କରି କହିଛନ୍ତି, “ମୋ ଝିଅ ଦୁଆ ଫାତିମାକୁ ମୁଁ ଏକ ଯୋଦ୍ଧା ଭାବେ ମନେ ରଖିବାକୁ ଚାହେଁ। ସେ ମୋର ଶକ୍ତି ଓ ପ୍ରେରଣା ଥିଲା। ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ମୋ ରାଜକୁମାରୀ (ଝିଅ)ର ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ।”

ସୂଚନାଯୋଗ୍ୟ, ଆସିଫଙ୍କୁ ଆବିଦ ଅଲୀଙ୍କ ସ୍ଥାନରେ ଚୟନ କରାଯାଇଛି। ଏହା ପୂର୍ବରୁ ଆସିଫ୍ ବିଶ୍ୱକପ୍ ପାଇଁ ପାକିସ୍ତାନର ପ୍ରିଲିମିନାରୀ ସ୍କ୍ୱାଡରେ ସ୍ଥାନ ପାଇନଥିଲେ। କିନ୍ତୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଦୁଇଟି ଅର୍ଦ୍ଧଶତକ ମାରିବା ପରେ ତାଙ୍କୁ ବିଶ୍ୱକପ୍ ପାଇଁ ଚୟନ କରାଯାଇଥିଲା। ସେ ବାଂଲାଦେଶ ବିପକ୍ଷ ଅଭ୍ୟାସ ମ୍ୟାଚରେ ଉପଲବ୍ଧ ରହିବେ।



from Odisha Reporter http://bit.ly/2X6DEiF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages