ଆଫ୍ରିଦିଙ୍କ ଦ୍ରୁତ ଶତକ ପଛରେ ସଚିନଙ୍କ ହାତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 5, 2019

ଆଫ୍ରିଦିଙ୍କ ଦ୍ରୁତ ଶତକ ପଛରେ ସଚିନଙ୍କ ହାତ

ନୂଆଦିଲ୍ଲୀ: ୧୯୯୬ରେ ପାକିସ୍ତାନର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଶାହିଦ ଆଫ୍ରିଦି ମାତ୍ର ୩୭ ବଲରେ ଶତକ ମାରି ରେକର୍ଡବୁକରେ ନିଜ ନାମକୁ ସାମିଲ୍ କରିଥିଲେ। ଶ୍ରୀଲଙ୍କା ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ସେ ଏହି ରେକର୍ଡ କରିଥିଲେ, କିନ୍ତୁ ଏହା ପଛରେ ଏକ ରୋଚକ କାହାଣୀ ମଧ୍ୟ ରହିଛି। ଆଫ୍ରିଦିଙ୍କ ଏହି ରେକର୍ଡରେ କ୍ରିକେଟ୍ ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ହାତ ରହିଥିଲା।

ଆଫ୍ରିଦି ନିଜର ଆତ୍ମଜୀବନୀ ପୁସ୍ତକ ‘ଗେମ୍ ଚେଞ୍ଜର୍’ରେ ଏହାକୁ ନେଇ ଖୁଲାସା କରିଛନ୍ତି। ପୁସ୍ତକରେ ଆଫ୍ରିଦି ଉଲ୍ଲେଖ କରିଛନ୍ତି ଯେ, ‘ସେ ନିଜର ଦ୍ରୁତ ଶତକ ସଚିନଙ୍କ ବ୍ୟାଟରେ ହିଁ ମାରିଥିଲେ। ସଚିନ ପାକିସ୍ତାନର ତତ୍କାଳୀନ ପେସ୍ ବୋଲର ୱକାର ୟୁନୁସଙ୍କୁ ନିଜର ବ୍ୟାଟ୍ ଦେଇଥିଲେ, ଯାହାକୁ ସେ ସିଆଲକୋଟରେ ଠିକ୍ ସେହିପରି ଏକ ବ୍ୟାଟ୍ ପ୍ରସ୍ତୁତ କରିବା ପାଇଁ କହିଥିଲେ।’

ଆଫ୍ରିଦି କହିଛନ୍ତି, ୱକାର ବ୍ୟାଟକୁ ସିଆଲକୋଟ୍ ନେବା ପୂର୍ବରୁ ମୋତେ ଦେଇଥିଲେ ଏବଂ ମୁଁ ସେହି ବ୍ୟାଟରେ ବ୍ୟାଟିଂ କରି ଇତିହାସ ରଚିଥିଲି। ତେଣୁ ନାଇରୋବିରେ ମୁଁ ଯେଉଁ ଶତକ ହାସଲ କରିଥିଲି, ତାହା ସଚିନଙ୍କ ବ୍ୟାଟରେ ହିଁ ମାରିଥିଲି ବୋଲି ଆଫ୍ରିଦି ଖୁଲାସା କରିଛନ୍ତି। ଆଫ୍ରିଦି ଏହି ମ୍ୟାଚରେ ମାତ୍ର ୪୦ ବଲରେ ୧୦୪ ରନ୍‌ର ଧୂଆଁଧାର ଇନିଂସ୍ ଖେଳିଥିଲେ, ଯେଉଁଥିରେ ୧୧ ଛକା ଓ ୬ ଚୌକା ସାମିଲ୍ ଥିଲା।

ତେବେ ଏହାଠାରୁ ଆଉ ଏକ ରୋମାଞ୍ଚକର କଥା ହେଉଛି, ଆଫ୍ରିଦି ଦିନକ ପୂର୍ବରୁ ସ୍ୱପ୍ନ ଦେଖିଥିଲେ ଯେ, ସେ ସନତ ଜୟସୁରିୟା ଓ ଅଭିଜ୍ଞ ମୁଥିଆ ମୁରଲୀଧରନଙ୍କ ବଲରେ ବଡ଼ ବଡ଼ ଛକା ମାରୁଥିଲେ। ଆଫ୍ରିଦି ନିଜର ଏହି ସ୍ୱପ୍ନ ବିଷୟରେ ସାଥୀ ଖେଳାଳି ଶାଦାବ କବୀରଙ୍କୁ କହିଥିଲେ। ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଶାଦାବ ପାକିସ୍ତାନ ପକ୍ଷରୁ ୫ ଟେଷ୍ଟ ଓ ୩ ଦିନିକିଆ ଖେଳିଛନ୍ତି।



from Odisha Reporter http://bit.ly/2LrJJVA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages