ଶିଶୁ ଶ୍ରମିକଙ୍କ ଦ୍ୱାରା ଇଭିଏମ ସ୍ଥାନାନ୍ତର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

ଶିଶୁ ଶ୍ରମିକଙ୍କ ଦ୍ୱାରା ଇଭିଏମ ସ୍ଥାନାନ୍ତର!

ପାଟନା: ଛୋଟ ଛୋଟ ପିଲାମାନଙ୍କ ଦ୍ୱାରା ଇଭିଏମ୍‌ ସ୍ଥାନାନ୍ତର ହେଉଥିବା ଅଭିଯୋଗ ହୋଇଛି। ସେମାନେ ଏହି ଇଭିଏମ୍‌କୁ ମୁଣ୍ଡରେ ବୋହି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଉଥିବେ ଫଟୋ ଭାଇରାଲ ହେବା ପରେ ଆରଜେଡି ନେତା ତେଜସ୍ୱୀ ଯାଦବ ନିର୍ବାଚନ କମିଶନଙ୍କୁ ଟ୍ୱିଟ୍‌ କରି ତୀବ୍ର ସମାଲୋଚନା କରିଛନ୍ତି।
ସେ କହିଛନ୍ତି, “ବିହାରରେ ଛୋଟ ଛୋଟ ପିଲାମାନେ ଇଭିଏମକୁ ନିଜ ମୁଣ୍ଡରେ ବୋହୁଛନ୍ତି। ସେହିପରି ନିୟମ ବାହାରେ ଅଣ ପଞ୍ଜିକୃତ ଗାଡ଼ି ଗୁଡ଼ିକରେ ଇଭିଏମ ବକ୍ସ ଗୋଟିଏ ସ୍ଥାନରୁ ଅନ୍ୟତ୍ର ଯାଉଛି। ଇଭିଏମଗୁଡ଼ିକ ମୁଜାଫରପୁର ଠାରେ ଥିବା ଏକ ହୋଟେଲ୍‌ରେ ରହିଥିଲା। ଏଗୁଡ଼ିକୁ ଆରଜେଡି କର୍ମୀ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଠାବ କରିଛନ୍ତି।”

ବିରୋଧୀ ଦଳଗୁଡ଼ିକ ବେଆଇନ୍‌ ଭାବେ ଇଭିଏମ ସ୍ଥାନାନ୍ତର ଓ ଟ୍ୟାମ୍ପରିଂ ହେଉଥିବା ଅଭିଯୋଗ କରୁଥିବା ବେଳେ ତେଜସ୍ୱୀଙ୍କ ଏଭଳି ତଥ୍ୟ ପୂରା ଘଟଣାକୁ ଆହୁରି ଘୋଳିଆ କରିଛି।



from Odisha Reporter http://bit.ly/2YIGmLQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages